ଭୁବନେଶ୍ଵର, ରାତ୍ରି ତାପମାତ୍ରା ହ୍ରାସ ପାଇବା ଫଳରେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ୨୦ ଟି ସହରରେ ରାତ୍ରି ତାପମାତ୍ରା ୧୦ ଡ଼ିଗ୍ରୀ କିମ୍ବା ଏହା ତଳେ ରହିଛି । ଝାରସୁଗୁଡ଼ା ରାଜ୍ୟର ସବୁଠୁ ଥଣ୍ଡା ସହର ରହିଛି । ଝାରସୁଗୁଡ଼ାରେ ରାତ୍ରିକାଳୀନ ତାପମାତ୍ରା ସର୍ବନିମ୍ନ ୫.୬ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।
ସେହିପରି ରାଉରକେଲାରେ ୬ ଡ଼ିଗ୍ରୀ, ସୁନ୍ଦରଗଡ଼ରେ ୭ ଡ଼ିଗ୍ରୀ, ଜି. ଉଦୟଗିରିରେ ୭ ଡ଼ିଗ୍ରୀ, ସେମିଳିଗୁଡ଼ାରେ ୭.୩ ଡ଼ିଗ୍ରୀ, ଚିପିଲିମାରେ ୭.୪ ଡ଼ିଗ୍ରୀ, ଦାରିଙ୍ଗବାଡ଼ିରେ ୮ ଡ଼ିଗ୍ରୀ, ଢ଼େଙ୍କାନାଳରେ ୮.୪ ଡ଼ିଗ୍ରୀ, କେନ୍ଦୁଝରରେ ୮.୫ ଡ଼ିଗ୍ରୀ, ଫୁଲବାଣୀରେ ୮.୫ ଡ଼ିଗ୍ରୀ, ସୋନପୁରରେ ୯ ଡ଼ିଗ୍ରୀ, ଅନୁଗୁଳରେ ୯ ଡ଼ିଗ୍ରୀ, ଭଦ୍ରକରେ ୯ ଡ଼ିଗ୍ରୀ, ରାଣୀତାଲରେ ୯.୨ ଡ଼ିଗ୍ରୀ, ମହିଷାପାଟରେ ୯.୪ ଡ଼ିଗ୍ରୀ, ବାରିପଦାରେ ୯.୬ ଡ଼ିଗ୍ରୀ, ବାଲେଶ୍ଵରରେ ୯.୭ ଡ଼ିଗ୍ରୀ, ଭବାନୀପାଟଣାରେ ୧୦ ଡ଼ିଗ୍ରୀ, କୋରାପୁଟରେ ୧୦ ଡ଼ିଗ୍ରୀ ଏବଂ କେନ୍ଦ୍ରାପଡ଼ାରେ ୧୦ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।