ଦିଗପହଣ୍ଡି : ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଦିଗପହଣ୍ଡି ଗାନ୍ଧୀଛକ ବଜାର ଠାରେ ଥାନାଅଧିକାରୀ ବସନ୍ତ ସେଠୀଙ୍କ ନେତୃତ୍ୱ ରେ ଏକ ଟ୍ରାଫିକ ସଚେତନ କାର୍ଯ୍ୟକ୍ରମ ଦିଗପହଣ୍ଡି ପୋଲିସ୍ ର ଆନୁକୁଲ୍ୟ ରେ ଥାନା ଅଧିକାରୀ ଓ ଟ୍ରାଫିକ dsp ସାର୍ଥକ ରାୟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଏଠାରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକୀ ମିଶ୍ର ଯୋଗ ଦେଇ ଟ୍ରାଫିକ ନିୟମ କୁ ମାନିବା ସହ ମଦ୍ୟପାନ କରି ଗାଡି ନ ଚଲାଇବା , ବିନା ହେଲ୍ ମେଟ୍ ଗାଡି ନ ଚଲାଇବା, ବିନା ଲାଇସେନଶ ରେ ଗାଡି ନ ଚଲାଇ ବା ଏବଂ ସାଇବର କ୍ରାଇମ ଉପରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ ଏବଂ ଲୋକହିତକର କାର୍ଯ୍ୟ ଉଛର୍ଗ କାର୍ଯ୍ୟକ୍ରମ ଜରିଆରେ ପୋଲିସ ତରଫରୁ ମାଗଣା ରକ୍ତ ଦାନ କାର୍ଯ୍ୟକ୍ରମକୁ ଦିଗପହଣ୍ଡି ଜନସାଧାରଣ ଏବଂ ବୁଦ୍ଧିଜୀବି ମହଲରେ ଭରିଭରି ପ୍ରଶଂସା କରିଥିଲେ। ରାଜ୍ୟସରକାରଙ୍କ ୫ଟି ଯୋଜନାର ସଫଳ ରୂପାୟନ ଉପରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଦିଗପହଣ୍ଡି ଅତିରିକ୍ତ ତହସିଲଦାର ପ୍ରଭାତୀ ମହାରଣା, ବରିଷ୍ଠ ନାଗରିକ ହରି କୃଷ୍ଣ ପଣ୍ଡା, ଖେମୁଣ୍ଡି ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧକ୍ଷା ହରପ୍ରିୟା ପଟ୍ଟନାୟକ, ଭୀଷ୍ମଗିରି ମହାବିଦ୍ୟାଳୟ ପୂର୍ବତନ ଅଧକ୍ଷ ଦୁଧିଷ୍ଠିର ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିଲେ।ଏଠାରେ ଦିଗପହଣ୍ଡି ଥାନା ଅଧିକାରୀ ଭୋଟ ଅଫ ଥେଙ୍କସ ଜଣାଇଥିଲେ।ଏହି କାର୍ଯ୍ୟକ୍ରମ ଅତି ଉଚ୍ଚକୁଟୀର ଏବଂ ଜନ ସଚେତନତା ପାଇଁ କରାଯାଇଥିଲା। ରିପୋର୍ଟ ପ୍ରଫୁଲ ସାବତ
Related Stories
November 22, 2024