ଭୁବନେଶ୍ୱର – ଆରାଧ୍ୟ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ୱେଚ୍ଛାକୃତ ଭାବେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକସ୍ଥିତ ରେଙ୍ଘାଲେ ଗ୍ରାମରେ ବାଳିକା ଓ ମହିଳାମାନଙ୍କୁ ସାନିଟାରୀ ନାପକିନ ବଣ୍ଟନ କରାଯାଇଥିଲା । ଗ୍ରାମାଂଚଳର ମହିଳାମନଙ୍କ ମଧ୍ୟରେ ସ୍ୱଚ୍ଛତାକୁ ଆଗକୁ ନେବାପାଇଁ ଏହି ପଦକ୍ଷେପ ନିଆଯାଇଥିଲା ।
ଏଥିପାଇଁ ୨ହଜାର ପ୍ୟାକେଟ ସାନିଟାରୀ ନାପକିନ ବଂଟନ କରାଯାଇଥିଲା । ରେଙ୍ଘାଲେ ଉଚ୍ଚବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୫ଶହ ବାଳିକା ଓ ମହିଳା ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ମ୍ୟାନେଜିଂ ଟ୍ରଷ୍ଟି ସାଗରିକା ଶତପଥୀ, ଟ୍ରଷ୍ଟି ସୁସ୍ମିତା ପ୍ରଧାନ, ସୁମନ ମହନ୍ତ, ମନୋରମା ସ୍ୱାଇଁ, କିଶୋର ଗୌଡ଼ ଓ ରୁରାଲ ୱେଲ ଫେୟାଲ ଇନଷ୍ଟିଚ୍ୟୁଟ ନିମାପଡ଼ାର ସାଧାରଣ ସମ୍ପାଦକ ପ୍ରଭାକର ନନ୍ଦ, ଅଧ୍ୟକ୍ଷ ରେବତୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଗକୁ ଟ୍ରଷ୍ଟ ପକ୍ଷରୁ ଗ୍ରାମାଂଚଳ ଓ ବସ୍ତି ଅଂଚଳରେ ବାଳିକା ଓ ମହିଳାଙ୍କୁ ୧୦ହଜାର ସାନିଟାରୀ ନାପକିନ ବଂଟାଯିବ ବୋଲି ଯୋଜନା କରାଯାଇଛି ।
ଆରାଧ୍ୟ ଚାରିଟେବୁଲ ଟ୍ରଷ୍ଟ ଶିକ୍ଷା, ସ୍ୱାସ୍ଥ୍ୟ ଓ ଦକ୍ଷତା ବିକାଶ ଉପରେ କାମ କରୁଛି । ଟ୍ରଷ୍ଟ ପକ୍ଷରୁ ନବରଙ୍ଗପୁର ଜିଲ୍ଲାର ଝରିଗାଁ ଗ୍ରାମରେ ଏକ ମାଗଣା ଶିକ୍ଷାକେନ୍ଦ୍ର ଓ ବେଲ ଗାଆଁରେ ମାଗଣାରେ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ଚାଲିଛି । ଏହାବ୍ୟତୀତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ ଯୋଗାଇ ଦିଆଯାଏ ।
Related Stories
November 21, 2024
November 21, 2024