
ଭୁବନେଶ୍ବର, ୫୧ : ଭରତୀୟ ଗେଟ୍ ବଲ୍ ୟୁନିଅନ (IGU) ଆନୁକୂଲ୍ୟରେ ଜାନୁଆରି ୮ ଓ ୯ ତାରିଖରେ ଭାରତୀୟ ଓପନ୍ ଗେଟ୍ ବଲ୍ ଟୁର୍ନାମେଣ୍ଟ୍ ଭୁବନେଶ୍ବରର KIIT Rugby ଡିୟମ୍ରେ ଅନୁଷ୍ଠିତ ହେବାକୁ ଯାଉଛି । ବିଭିନ୍ନ ରାଜ୍ୟ ଓ ସଂଘର ମୋଟ ୧୮ଟି ଦଳ ଏହି ଟୁର୍ନାମେଣ୍ଟରେ ଅଂଶ ଗ୍ରହଣ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି । ଭାରତରେ ଗେଟ୍ ବଲ୍ ଖେଳର ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ୍ ଭାରତୀୟ ଗେଟ୍ ବଲ୍ ୟୁନିଅନ (ଆଇ.ଜି.ୟୁ.) ଦ୍ଵାରା ପ୍ରତି ବର୍ଷ ଭୁବନେଶ୍ବରରେ ସଂଗଠିତ ହୋଇଥାଏ । କୋଭିତ ମହାମାରୀ ପାଇଁ ୨୦୧୯ ପରେ ଏହି ଟୁର୍ନାମେଣ୍ଟ୍ ଅନୁଷ୍ଠିତ ହୋଇପାରି ନ ଥିଲା । ଏହି ଖେଳ ଜାପାନ, ଚୀନ, କୋରିଆ, ଅଷ୍ଟ୍ରେଲିଆ, ବ୍ରାଜିଲ, ପେରୁ, ଆଦି ଦେଶ ମାନଙ୍କରେ ବେଶ୍ ଆଦୃତ ହୋଇଥିବା ବେଳେ ୟୁରୋପ ଓ ଆମେରିକାରେ ମଧ୍ୟ ପ୍ରସାର ଲାଭ କରୁଛି । ୨୦୦୯ ୱାଲ୍ଡ ଗେମ୍ରେ ଗେଟ୍ ବଲ୍ ଅନ୍ତର୍ଭୁକ୍ତ ହୋଇଥିବାବେଳେ ଭବିଷ୍ୟତରେ ଏହି ଖେଳ ଏସିଆଡ୍ରେ ସାମିଲ ହେବାର ଉଜ୍ଜ୍ବଳ ସମ୍ଭାବନା ଅଛି । ବିଦେଶରେ ଭାରତୀୟ ଗେଟ୍ ବଲ୍ ୟୁନିଅନ ଦଳ ବେଶ୍ ନାଁ କରିଛି । ଅଧିକାଂଶ ଓଡ଼ିଶା ଖେଳାଳୀ ମାନଙ୍କୁ ନେଇ ଗଠିତ ଏହାର ଏକ ଦଳ ୨୦୦୯ ୱାଲ୍ ଗେମ୍ ରେ କ୍ବାର୍ଟର ଫାଇନାଲ୍ ରେ ପ୍ରବେଶ କରିଥିଲା । ସେହିପରି ଆମ ଦଳ ୨୦୧୦ ଜୁନ ମାସରେ ଅଷ୍ଟ୍ରେଲିଆରେ ତୃତୀୟ ସ୍ଥାନ ଅଧିକାର କରି ବିଶ୍ବ ଗେଟ୍ ବଲ୍ ଖେଳାଳି ମାନଙ୍କର ଦୃଷ୍ଟି କର୍ଷଣ କରିଥିଲା ଓ ପରେ ଇଣ୍ଡୋନେଶିଆରେ ୨୦୧୦ ଅକ୍ଟୋବର ମାସରେ ଓ ଇଲ୍ୟାଣ୍ଡରେ ୦୧୨ରେ ଚମ୍ପିଆନ୍ ହୋଇ ସମସ୍ତଙ୍କୁ ଆଚମ୍ବିତ କରି ଦେଇ ଥିଲା । ୨୦୧୯ରେ ମଧ୍ୟ ଭାରତୀୟ ଦଳ ଇୱାନରେ ଡବ୍ଲାସ୍ ରେ ଚମ୍ପିଆନ୍ ହୋଇଥିଲା ।ଚଳିତ ବର୍ଷ ଭାରତୀୟ ଓପନ୍ ଗେଟ୍ ବଲ୍ ଟୁର୍ନାମେଣ୍ଟ୍ ମୁଖ୍ୟତଃ ଭାରତର ଦଳ ମାନଙ୍କୁ ନେଇ ଖେଳାଯିବ । କୋଭିତ ନିୟମ ଦୃଷ୍ଟିରୁ କେବଳ ଗୋଡିଏ ଆନ୍ତର୍ଜାତୀୟ ଦଲ ବ୍ୟତୀତ ଅନ୍ୟ ଦଳ ଯଥା ଚୀନ, ତାଇୱାନ, ଥାଇଲ୍ୟାଣ୍ଡ, ଓ ଜାପାନ ଆଦି ଦଳ ମାନେ ଶେଷ ମୂହୁର୍ଷରେ ଓହରିଗଲେ । ଗୁଜରାଟ, ମଧ୍ୟପ୍ରଦେଶ, ତ୍ରିପୁରା, ପଶ୍ଚିମ ବଙ୍ଗ, ଜାମ୍ମୁ କାଶ୍ମୀର, ହରିୟାନା, ପଞ୍ଜାବ, ହିମାଚଳ ପ୍ରଦେଶ, ଓ ବିହାର ଆଦି ଜ୍ୟମାନଙ୍କରୁ ସମୁଦାୟ ତେରଟି ଦଳ ଆସି ୭ ତାରିଖ ସନ୍ଧ୍ୟା ସୁଦ୍ଧା ଭୁବନେଶ୍ବରରେ ପହଞ୍ଚିବେ । ଓଡ଼ିଶାର ପାଞ୍ଚଟି ଦଳ ସମେତ ଏହି ଅଠରଟି ଦଳକୁ ଛଅଟି ଗୃପ୍ରେ ଭାଗ କରା ଯାଇ ଲିଗ୍ ପର୍ଯ୍ୟାୟ ଶେଷରେ ପ୍ରତି ଗୃପର ଶ୍ରେଷ୍ଠ ଦଳ ଓ ଦୁଇଟି ଶ୍ରେଷ୍ଠ ଦ୍ଵିତୀୟ ଦଳକୁ କ୍ବାର୍ଟର ଫାଇନାଲ୍ ରେ ପ୍ରବେଶ ସୁଯୋଗ ମିଳିବ । ପରବର୍ତ୍ତୀ ପର୍ଯ୍ୟାୟରେ ନକ୍ ଆଉଟ ଭିତ୍ତରେ ଟୁର୍ନାମେଣ୍ଟ୍ ଖେଳାଯିବ । ପୁରସ୍କାର ବିତରଣ ଉତ୍ସବରେ ଚମ୍ପିଆନ୍, ରନର୍ସଅପ୍, ଓ ପରାଜିତ ଫାଇନାଲିଷ୍ଟ ଦ୍ଵୟଙ୍କୁ ମିଳିତଭାବେ ତୃତୀୟ ସ୍ଥାନ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।
ଏହାର ସୁପରିଚାଳନା ପାଇଁ ଏକ ୱାର୍ଡିଂ କମିଟି ଗଠନ କରାଯାଇଛି । ଏଥିରେ ପ୍ରକାଶ କୁମାର ବେତାଲା ସଭାଧ୍ୟକ୍ଷ, ସର୍ବେଶ୍ବର ବ୍ରହ୍ମାନନ୍ଦ ମହାପାତ୍ର ସମ୍ପାଦକ, ବିଶ୍ବରଞ୍ଜନ ମିଶ୍ର କୋଷାଧ୍ୟକ୍ଷ, ରଞ୍ଜନ କୁମାର ମିଶ୍ର ଉପସଭାଧ୍ୟକ୍ଷ ଓ ଗିରିଜା ପ୍ରସନ୍ନ ନାୟକ ସଂଯୁକ୍ତ ସମ୍ପାଦକ ମନୋନୀତ ହୋଇଛନ୍ତି । ଏହି ଟୁର୍ନାମେଣ୍ଟ୍ KIIT Rugby ଷ୍ଟାଡିୟମ୍ରେ ଜାନୁଆରି ୮ ତାରିଖ ସକାଳ ୧୦.୩୦ ରୁ ଆରମ୍ଭ ହୋଇ ୯ ତାରିଖ ସନ୍ଧ୍ୟା ୫.୩୦ରେ ସମାପନ ହେବ ।ଏପରି ଏକ ଅନ୍ତର୍ଜାତୀୟ କ୍ରୀଡା ଭୁବନେଶ୍ବରଠାରେ ଅନୁଷ୍ଠିତ ହେଉଥିବାରୁ ଏବଂ ଏହି ଖେଳ ବାଳବୃଦ୍ଧବନୀତା ସମସ୍ତେ ଖେଳିପାରୁଥିବା ଏକ ଚିତ୍ତାକର୍ଷକ କ୍ରୀଡା ହୋଇଥିବାରୁ ଭାରତୀୟ ଗେଟ୍ ବଲ୍ ୟୁନିଅନର ସଭାପତି ଦୈପାୟନ ପଟ୍ଟନାୟକ ସମସ୍ତ କ୍ରୀଡାପ୍ରେମୀଙ୍କୁ ଜାନୁଆରି ୮ ଓ ୯ ତାରିଖ ଦିନ KIIT Rugby ଷ୍ଟାଡିୟମରେ ଉପସ୍ଥିତ ରହି ବିଭିନ୍ନ ଦଳର ଖେଳାଳି ମାନଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରିଛନ୍ତି ।