ବଲାଙ୍ଗିର, ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମ ଠାରେ ଜଗନ୍ନାଥ ସ୍ପୋର୍ଟିଂ କ୍ଲବ ଖଲିଆପାଲି ଓ ସ୍ପୋର୍ଷ୍ଟ ହଷ୍ଟେଲ ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ତୃତୀୟ ବର୍ଷ କୋଚ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଗତକାଲି ଖଲିଆପାଲି ଟ୍ରାଇବ୍ରେକର୍ ସଡନ୍ ଡେଥ୍ ଜରିଆରେ ତେନ୍ତୁଳିଖୁଣ୍ଟିକୁ ହରାଇ ଚାମ୍ପିୟନ ହୋଇଛି । ମୁଖ୍ୟ ଅତିଥି ଭାବେ ମହମ୍ମଦ ସହୀଦ ଜବାର ଓଡିଶା ପୋଲିସ କୋଚ୍ କଟକ ତଥା ଭାରତୀୟ ମହିଳା ଫୁଟବଲ କୋଚ୍ ଯୋଗ ଦେଇଥିବା ବେଳେ ବିଜୟ ପ୍ରକାଶ ବାବୁ ପୂର୍ବତନ ପୋଲିସ କର୍ମଣ୍ଡେଣ୍ଟ, ଭବାନୀ ଶଙ୍କର ସେଠ୍ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ପୋଲିସ ଝାରସୁଗୁଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଅଜିତ ପାଲ, ସୁପ୍ରିମ ଟାକ୍ସ ନିର୍ଦ୍ଦେଶକ । ସମାଜସେବୀ ସଞ୍ଜୀବ ରଞ୍ଜନ ସେଠ୍ ଜିଲ୍ଲା ଫୁଟବଲ ସମ୍ପାଦକ ହେମନ୍ତ କୁମାର ବେହେରା, ଜିଲ୍ଲା କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ଵର ମିଶ୍ର, ପୂର୍ବ ଖେଳାଳି ସୁରେଶ କୁମାର ମହାରଣା ଓ ପ୍ରକୃତି ବନ୍ଧୁ ଦିଗାମ୍ବର ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ । କମିଟି ସଭାପତି ନାରାୟଣ ବିଶ୍ଵାଳଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି ଉଦ୍ଯାପନୀ ସଭାରେ ସମ୍ପାଦକ ଅଭିମନ୍ୟୁ ପାଣ୍ଡେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ଓ ଅତିଥିଗଣ ଚାମ୍ପିୟନ ଖଲିଆପାଲି ଦଳକୁ ଟ୍ରଫି ସହ ୧୦ ହଜାର ଟଙ୍କା ଓ ଉପ ବିଜେତା ତେନ୍ତୁଳିଖୁଣ୍ଟି ଦଳକୁ ଟ୍ରଫି ସହ ୭ ହଜାର ଟଙ୍କା ପ୍ରଦାନ କରିଥିଲେ ।
ଖେଳକୁ ସଂଜିବ ମହାରଣା, ସୁଧାଂଶୁ ସେଠ୍, ପ୍ରଫୁଲ୍ଲ ବଗର୍ତ୍ତି ଓ ନୀସର କାନ୍ତ ନାଗ୍ ପରିଚାଳନା କରିଥିଲେ । ଗିରି ପାଉଲେ, ବିଶ୍ଵନାଥ ସୁନା, ଜନାର୍ଦ୍ଧନ ପାଣ୍ଡେ, କହ୍ନାଇ ଗଡତିଆ, ପ୍ରସାନ୍ତ ପଧାନ, ସୂର୍ଯ୍ୟମଣୀ ସୁନା, ସଚ୍ଚିଦାନନ୍ଦ ଭୁକ୍ତା, ଅନୁପ କୁମାର ସାଏ, ଶୁକଦେବ ସାହୁ, ଚିତ୍ତ ବିଶ୍ଵାଳ, ବିକାଶ ପ୍ରଧାନ, ମନ ବିଶ୍ଵାଳ, ମଧୁସୁଦନ ସୁନା, ହେମସାଗର ମହାନନ୍ଦ, ସିଂଙ୍କୁ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ଅତିଥି ଗଣ ସମସ୍ତ ରେଫରି, କୃତିତ୍ଵ ହାସଲ କରିଥିବା ଖେଳାଳି, ପୂର୍ବ ଖେଳାଳିମାନଙ୍କୁ ସମ୍ମାନିତ କରିଥିଲେ ।