ଭୁବନେଶ୍ୱର, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମନସୁଖ ଭାଇ ମଣ୍ଡାଭିୟା ଓଡିଶା ଗସ୍ତରେ ଆଜି ପହଂଚିବେ । ଏହି ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ମିଳିଥିବା ସୂଚନା ଅନୁସାରେ ସେ ଆଜି ସଂଧ୍ୟାରେ ୭,୫୫ରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଂଚିବେ । ଏହା ପରେ ସେ ପୁରୀ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ । ଏହା ପରେ ଶନିବାର ଦିନ ସେ ଅନୁଗୁଳର ବିକ୍ରମପୁର ସ୍ଥିତ ତାଳଚେର ଫର୍ଟିଲାଇଜର ପ୍ଲାଂଟ ଯିବେ । ଏହା ପରେ ସେ ଭୁବନେଶ୍ୱର ଏମ୍ସ ଯାଇ ସେଠାରେ ଚତୁର୍ଥ ସମାବର୍ତନ ଉତ୍ସବହରେ ଯୋଗ ଦେବେ । ଏହା ବାଦ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏମ୍ସ ଭୁବନେଶ୍ୱର ପରିସରରେ ଏକ ଅତ୍ୟାଧୁନିକ ବର୍ଣ୍ଣ ସେର୍ଣ୍ଟ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ । ଏନ୍ଟିପିସି ସହାୟତାରେ ପ୍ରାୟ ୧୯.୮୭ କୋଟି ବ୍ୟୟରେ ନିର୍ମିତ ଏହି ବର୍ଣ୍ଣ ସେର୍ଣ୍ଟରେ ୬ଟି ଆଇସିୟୁ ବ୍ୟବସ୍ଥା ସହିତ ୬ଟି କ୍ୟାବିନ୍ ସମେତ ୩୬ଟି ଶଯ୍ୟା ରହିଛି । ଏହା ପରେ ସେ ଚନ୍ଦ୍ରଶେଖରପୁର ଠାରେ ଆରଏମଆରସି ପରିସରରେ ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାମିଲ ହେବେ ।
Related Stories
November 23, 2024