ଭୁବନେଶ୍ୱର, କେନ୍ଦ୍ର ସରକାର ମାଗଣା ଚାଉଳ ପ୍ରଦାନ କରୁଛନ୍ତି ବୋଲି ଶେଷରେ ବିଜୁ ଜନତା ଦଳ ମାନିଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ପାର୍ଟୀ କାର୍ଯ୍ୟାଳୟ ଠାରେ ସେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ସେ କହିଛନ୍ତି ଯେ ଯଦି ଓଡିଶାର ବିଜେଡି ସରକାରଙ୍କ ଏତେ ଦରଦ ଅଛି ତେବେ ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଦିଅନ୍ତୁ । ପୂରା ଖର୍ଚ୍ଚ କେନ୍ଦ୍ର ଦେବ, ଲୋକେ ମାଗଣାରେ ମୋଦି ଚାଉଳ ପାଇବେ । ଯଦି ଏତେ ଦରଦ, ଘୋଷଣା କରିଥିବା ୧୦୦ ଟଙ୍କା ବୋନସ ଦିଅନ୍ତୁ । କାଳିଆ ଯୋଜନାରେ ୧୦ ହଜାର ଦେବେ କହିଥିଲେ, ଦେଉଛନ୍ତି ୪୦୦୦ । ବିଜେଡିର ର ମିଛ ସବୁ ଧରାପଡ଼ିଗଲା ବୋଲି ସେ କହିଛନ୍ତି ।
Related Stories
November 24, 2024