ଭୁବନେଶ୍ୱର, ଆଗାମୀ ୨୦୨୩-୨୪ ପାଇଁ ରାଜ୍ୟ ସରକାର ଆର୍ôଥକ ବଜେଟ ପ୍ରସ୍ତୁତ କରିବାକୁ ପରାମର୍ଶ ନେବା ଆରମ୍ଭ କରିଛନ୍ତି । ଏହି କ୍ରମରେ ରାଜ୍ୟ ଅତିଥି ଭବନରେ ପ୍ରି ବଜେଟ ପରାମର୍ଶ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧକ୍ଷତା କରୁଛନ୍ତି ।
ମିଳିଥିବା ସୂଚନା ଅନୁସାରେ ବୈଠକରେ ଅର୍ଥ ବିଭାଗର ସଚିବ, ପୂର୍ବତନ ସଚିବ, ଅର୍ଥନୀତିଜ୍ଞ ଓ ବିଶେଷଜ୍ଞ ମାନେ ଉପସ୍ଥିତ ଅଛନ୍ତି । ଦୁଇଟି ପର୍ଯ୍ୟାୟରେ ବୈଠକ ବସିବ ବୋଲି ଜଣା ପଡିଛି ।