
ପୁରୀ ,ରାମକୃଷ୍ଣ ମିଶନ ଆଶ୍ରମ, ପୁରୀ ତରଫରୁ ୩୯ତମ ଜାତୀୟ ଯୁବ ଦିବସ ଅବସରରେ ପୁରୀ ସହରର ବିଭିନ୍ନ ବିଦ୍ୟାଳୟର ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଏବଂ ଆବୃତ୍ତି(ଜାଗ୍ରତ ଦେବତା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ବିଶ୍ବମ୍ଭର ବିଦ୍ୟାପୀଠ, ଡି.ଏ.ଭି. ପବ୍ଲିକ ସ୍କୁଲ,
କେନ୍ଦ୍ରିୟ ବିଦ୍ୟାଳୟ, ସାରସ୍ଵତ ବିଦ୍ୟାନିକେତନ, ସରସ୍ୱତୀ ଶିଶୁ ମନ୍ଦିର, ଘୋଡ଼ା ବଜାର ଏବଂ ବ୍ଲୁସେଡ୍ ସାକ୍ରମେଣ୍ଟ ହାଇସ୍କୁଲରୁ ଚିତ୍ରାଙ୍କନରେ ୧୨ ଜଣ ଏବଂ ଆବୃତ୍ତିରେ ୧୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତା ଆଗାମୀ ୯ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ କାରାଯିବ । ଆଗାମୀ ପ୍ରବନ୍ଧ ଏବଂ ବକ୍ତୃତା କାର୍ଯ୍ୟକ୍ରମରେ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ।