କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ ,ପୁରୀ ହରଚଣ୍ଡୀ ସାହି ସ୍ଥିତ ମହିପ୍ରକାଶ ମଠ ପରିସରରେ ମଠର ମହନ୍ତ ସ୍ୱାମୀ ଶୁଭାନନ୍ଦ ପୁରୀ ମହାରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସନାତନ ସନ୍ଥ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି |ଭରତ ବର୍ଷ ତଥା ଓଡିଶାର ବିଭିନ୍ନ ସମ୍ପ୍ରଦାୟର ପଚାଶ ରୁ ଉର୍ଦ୍ଧ ସାଧୁ ସନ୍ଥ ବୈଠକରେ ଯୋଗଦାନ କରିଥିଲେ |ଏହି ବୈଠକରେ ଭୁବନେଶ୍ୱର କଳ୍ପତରୁ ଆଶ୍ରମର ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କୁ ସମାଜ ପକ୍ଷରୁ ସମ୍ମାନିତ କରାଯାଇଥିଲା |ବୈଠକର ନିଷ୍ପତ୍ତି ଅନୁଯାୟୀ ରାଜ୍ୟର କୋଣ ଅନୁକୋଣରେ କିଭଳି ସନାତନ ଧର୍ମର ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ଏବଂ ଏଥିରେ ସବୁ ବର୍ଗର ବ୍ୟକ୍ତି ବିଶେଷଙ୍କୁ ସାମିଲ କରାଯାଇପାରିବ ଆଲୋଚନାରେ ଗୁରୁତ୍ୱ ଆରୋପ କରାଯାଇଥିଲା |ପୁରୀ ଶ୍ରୀମନ୍ଦିର ରେ ବାହାରୁ ଆସୁଥିବା ସମସ୍ତ ସାଧୁ ସନ୍ଥ ମାନଙ୍କ ସୁଲଭ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିବା,ସମସ୍ତଙ୍କ ସ୍ୱାସ୍ଥ୍ୟ ବୀମା କରାଯିବା, ଶ୍ରୀକ୍ଷେତ୍ର ରେ ଥିବା ମଠ ମନ୍ଦିର ର ସୁରକ୍ଷା ପ୍ରଦାନ ସହିତ ଅବାଧ ହସ୍ତକ୍ଷେପ ଓ ଜମି ବିକ୍ରି ପାଇଁ ଦେବୋତ୍ତର ବିଭାଗ, ଓଡିଶା ମୁଖ୍ୟମନ୍ତ୍ରୀ, ପୁରୀ ଜିଲ୍ଲାପାଳ ଙ୍କୁ ଲିଖିତ ଦେବାପାଇଁ ସ୍ଥିର କରାଯାଇଥିଲା |ଓଡିଶାରେ ଦଶ୍ନାମୀ ସମ୍ପ୍ରଦାୟ ର ସାଧୁ ସନ୍ଥ ମାନଙ୍କ ଗୁରୁତ୍ୱ ରକ୍ଷା ଉପରେ ଆଲୋଚନା କରାଯାଇଥିଲା |ଏହି ବୈଠକରେ ଭୁବନେଶ୍ୱର ବେଦାନ୍ତ ଗୁରୁକୁଳର ସ୍ୱାମୀ ଭାଗବତା ନନ୍ଦ ଜୀ ସରସ୍ବତୀ, ଗୀତା ମନ୍ଦିରର ସ୍ୱାମୀ ଜିଜ୍ଞାସା ନନ୍ଦ ସରସ୍ବତୀ, କଣ୍ଟାବାଡ ର ଗୀତା ଆଶ୍ରମର ସ୍ୱାମୀ ଜଗଦିଶା ନନ୍ଦ ସରସ୍ବତୀ,
ପାରଳାଖେମୁଣ୍ଡି ଚି଼ମ୍ମୟ ମିଶନର ସ୍ୱାମୀ ନିଗମାନନ୍ଦ ସରସ୍ବତୀ,ହରିଭକ୍ତା ନନ୍ଦ ସରସ୍ବତୀ,ସ୍ୱାମୀ ଜୟଦେବ ଭାରତୀ, ମହନ୍ତ ତ୍ରିଲୋକେଶ୍ୱର ଭାରତୀ ଏବଂ ଅନ୍ୟମାନେ ଉପସ୍ଥିତ ରହି ସକ୍ରିୟ ଆଲୋଚନା କରିଥିଲେ |ବୈଠକ ପରେ ସାମୁହିକ ପ୍ରସାଦ ସେବନ କରାଯାଇଥିଲା |
Related Stories
November 24, 2024
November 24, 2024