ଭୁବନେଶ୍ୱର,ପଶ୍ଚିମ ଓଡିଶାରେ ପୌଷ ପୂର୍ଣ୍ଣିମା ବା ପୁଷପୁନିକୁ ସ୍ଥାନୀୟ ଛୁଟିଦିନ (ଲୋକାଲ ହଲିଡେ) ଭାବେ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ବିରୋଧୀ ନେତା ଜଣାଇଛନ୍ତି ଯେ ଚାଷୀ ପରିବାର ଗୁଡିକ ଧାନ ଅମଳ ଖୁସିରେ ପୁଷପୁନି ପାଳନ କରିଥାନ୍ତି । ନୂଆଖାଇ ଭଳି ଏହି ଚାଷଭିତିକ ପର୍ବକୁ ମଧ୍ୟ ପରିବାର ସହ ଧୁମଧାମରେ ପାଳନ କରାଯାଇଥାଏ । ଚଳିତ ବର୍ଷ ଜାନୁଆରୀ ୬ ତାରିଖରେ ଏହି ପର୍ବ ପାଳନ କରାଯିବ ।ତେଣୁ ପଶ୍ଚିମ ଓଡିଶାରେ ଥିବା ୧୧ ଟି ଜିଲ୍ଲା ଯଥା ସମ୍ବଲପୁର, ବରଗଡ, ଝାରସୁଗୁଡା, ଦେବଗଡ, ସୁନ୍ଦରଗଡ, ବୌଦ୍ଧ, ବଲାଙ୍ଗିର , ସୁବର୍ଣ୍ଣପୁର , କଳାହାଣ୍ଡି , ନୂଆପଡା ଓ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନ୍ ରେ ଏହି ଦିନକୁ ଛୁଟି ଘୋଷଣା କରିବାକୁ ପଦକ୍ଷେପ ନେବାକୁ ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
Related Stories
November 24, 2024