-
୨୦୧୪ ପର ଠାରୁ ଟେଲିକମ କ୍ଷେତ୍ରରେ ମୋଦୀ ସରକାର କଣ କରିଛନ୍ତି ତାର ତଥ୍ୟକୁ ଥରେ ଦେଖି ନିଅନ୍ତୁ
ଭୁବନେଶ୍ୱର, ୫ଜି ସେବା ଶୁଭାରମ୍ଭ ହେବା ପରେ ବିଜେଡି ସାଂସଦ ଅମର ପଟ୍ଟନାୟକ ମୋଦୀ ସରକାର ଟେଲିକମ କ୍ଷେତ୍ରରେ ଓଡିଶା ପ୍ରତି ଅବହେଳା କରାଯାଉଥିବା ଅଭିଯୋଗ କରିବା ପରେ ବିଜେପି ଏହାର କଡା ଉତ୍ତର ଦେଇଛି । ବିଜେପି ରାଜ୍ୟ ପ୍ରବକ୍ତା ଅନିଲ ବିଶ୍ୱାଳ କହିଛନ୍ତି ଯେ ମୋଦୀ ସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ ୨୦୧୪ ମସିହା ପର ଠାରୁ ଓଡିଶାରେ ଟେଲିକମ କ୍ଷେତ୍ରର ତଥ୍ୟ ଉପରେ ବିଜେଡି ସାଂସଦ ଅମର ପଟ୍ଟନାୟକ ଦୃଷ୍ଟି ପକାଇନେବା ଉଚିତ ଥିଲା ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ଅମର ପଟ୍ଟନାୟକ ମୋଦୀ ସରକାରକୁ ସମାଲୋଚନା କରିବା ବୋଧହୁଏ ଦଳର ଏକ ରାଜନୈତିକ ବାଧ୍ୟବଦ୍ଧକତା ଥିଲା, ସେଥିପାଇଁ ସେ ସମାଲୋଚନା କରିଛନ୍ତି । କିନ୍ତୁ ବିଗତ ୮ ବର୍ଷରେ ମୋଦୀ ସରକାର ଓଡିଶା ପାଇଁ ଟେଲିକମ କ୍ଷେତ୍ରରେ କଣ କରିଛନ୍ତି ତାହା ସେ ଭୁଲି ଯିବା ଉଚିତ ନଥିଲା ।
ଶ୍ରୀ ବିଶ୍ୱାଳ ୨୦୧୪ ପର ଠାରୁ ମୋଦି ସରକାର କରିଥିବା କାର୍ଯ୍ୟର ବିବରଣୀ ଦେଇଛନ୍ତି । ସେ କହିଛନ୍ତି ଯେ ୨୦୧୪ ସମୟରେ ଓଡିଶାରେ ମାତ୍ର ୭୫୬୨ଟି ଟେଲିକମ ଟାୱାର ଥିଲା, ଆଜି ଓଡ଼ିଶାରେ ୨୪,୬୯୨ଟି ଟାୱାର ଅଛି କ୍ଷ ୨୦୧୪ରେ ଅପଟିକାଲ ଫାଇବର କେବୁଲ ସଂଖ୍ୟା ମାତ୍ର ୪୦ ହଜାର କିମି ଥିଲା । ଆଜି ଏହା ୧ ଲକ୍ଷ ୨୦ ହଜାର କିମିରେ ପହଂଚିଲାଣି । ସେହିପରି ବ୍ରଡବ୍ୟାଣ୍ଡ କଂନେକ୍ସନ ଓଡ଼ିଶାରେ ୨୦୧୪ରେ ଥିଲା ୬ ଲକ୍ଷ ଥିଲା , ଆଜି ଏହା ୨ କୋଟିରେ ପହଂଚି ସାରିଛି । ସେହଗିପରି ୨୦୧୪ରେ ମୋଟ ଟେଲିକମ ଗ୍ରାହକ ଥିଲେ ୨.୫୧ କୋଟି ଥିବା ବେଳେ ଏହା , ଆଜି ୩.୩ କୋଟିରେ ପହଂଚି ସାରିଛି ।