ବଲାଙ୍ଗିର, ବଲାଙ୍ଗିରରେ ମହାରାଣୀ ସାଗର ଓ ଲକ୍ଷ୍ମୀ ଜୋର ଉନ୍ନୟନ କାର୍ଯ୍ୟକୁ ତୁରନ୍ତ କରାଯିବାକୁ ବଲାଙ୍ଗିର ଏକ୍ସନ କମିଟିର ଚବିଶ ଘଣ୍ଟିଆ ବନ୍ଦ ଡାକରାକୁ ବିରୋଧ କରି ଆଜି ଜିଲ୍ଲାପାଳ ଅଫିସ ଆଗରେ ବିଭିନ୍ନ ୱାର୍ଡରେ ବିସ୍ତାରିତ ହେବାକୁ ଥିବା ନାଗରିକ ଓ ମହିଳାମାନେ ଘେରାଉ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ବନ୍ଦ ଆହ୍ଵାନ ପରେ ଗତକାଲି ବସ୍ତି ବାସିନ୍ଦା ଓ ସଚେତନ ନାଗରିକ କମିଟି ସନ୍ଧ୍ୟାରେ ପ୍ରଚାର ଗାଡ଼ିରେ ସହରତମାମ ବନ୍ଦକୁ ପାଳନ ନକରିବାକୁ, ସ୍ଵାଭାବିକ ଦୋକାନ ବଜାର ଖୋଲା ରଖିବା, ଯାତାୟତ ଜାରି ରଖିବାକୁ ଅନୁରୋଧ କରାଯାଇଥିଲା। ଗତକାଲି ଇନ୍ଦିରା ନଗର ଇଚ୍ଛାପଡା ଓ ଇନ୍ଦିରା ନଗରରୁ ଜବରଦଖଲ ଉଚ୍ଛେଦ କରିବାକୁ ପ୍ରଶାସନ ୪୮ ଘଣ୍ଟିଆ ନୋଟିସ ଜାରି କରିବା ପରେ ଗତକାଲି ବଲାଙ୍ଗିରର ସବୁ ୱାର୍ଡ ମାନଙ୍କରେ ପ୍ରତିବାଦର ସ୍ଵର ଉଠିଥିଲା। ଆଜି ପ୍ରାୟ ଦୁଇ ହଜାର ମହିଳା ପୁରୁଷ ଏକ ପ୍ରତିବାଦ ଶୋଭାଯାତ୍ରାରେ ସହରର ବିଭିନ୍ନ ରାସ୍ତାରେ ଆସିଥିଲେ। ଦୀର୍ଘ ସମୟ ଧରି ରାସ୍ତା ଜାମ କରି ରଖିଥିଲେ ଓ ପ୍ରତିବାଦ କରିଥିଲେ। ଜିଲ୍ଲାପାଳଙ୍କ ଉଦ୍ଦେଶ୍ଯରେ ପ୍ରଥମେ ଥଇଥାନ କରାଯାଇ ପରେ ଉଛେଦ କରାଯାଉ ବୋଲି ଅନୁରୋଧ କରାଯାଇଛି।