
-
ଫବ୍ରୁଆରି ସୁଦ୍ଧା ଓଡ଼ିଶାର ଆଉ ପାଂଚଟି ସହରରେ ଜିଓର ୫ଜି ସେବା
ଭୁବନେଶ୍ୱର, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଶୁଭାରମ୍ଭ ହେବା ପରେ ଆଜିଠାରୁ ମନ୍ଦିରମାଳିନୀ ଭୁବନେଶ୍ୱର ଏବଂ ରୁପାର ସହର କଟକ ଜିଓ ଟ୍ରୁ-୫ଜି ସେବା ହାସଲ କରିବାରେ ଓଡ଼ିଶାର ପ୍ରଥମ ସହର ହୋଇଛନ୍ତି ।
ଏହି ପରିପ୍ରେକ୍ଷୀରେ ଜିଓ ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରୁ-୫ଜି ଏକ୍ସପେରିଏନ୍ସ ଜୋନ୍ ସ୍ଥାପନ କରାଯାଇଛି ଯେଉଁଠାରେ ଜିଓ କମ୍ୟୁନିଟି କ୍ଲିନିକ୍ ମେଡିକାଲ୍ କିଟ୍ ଜରିଆରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ୫ଜି ର ଉପଯୋଗୀତା ପ୍ରଦର୍ଶନ ସହିତ ଶିକ୍ଷା, କ୍ଲାଉଡ୍ ଗେମିଂ, ସ୍ମାର୍ଟ ଅଫିସ୍, ସ୍ମାର୍ଟ ସିଟି, ସ୍ମାର୍ଟ ମିଟରିଂ ଓ ଲାଇଟିଙ୍ଗ୍ ଏବଂ ବୈପ୍ଳବିକ ଏଆର-ଭିଆର ଡିଭାଇସ୍ ଜିଓ ଗ୍ଲାସ୍ ମାଧ୍ୟମରେ ୫ଜିର ଚମତ୍କାର ପ୍ରୟୋଗ ଓ ସୁବିଧାଗୁଡ଼ିକୁ ପ୍ରଦର୍ଶନ କରାଯାଇଛି । ଏହି ସୁବିଧାଗୁଡ଼ିକ ଓଡ଼ିଶାର ଲୋକମାନଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତନ ଆଣିବ । ଏହି ଅବସରରେ ୫ଜି ଲ୍ୟାବ୍ ଏବଂ ୫ଜିର ବ୍ୟବହାର ସହଯୋଗିତାକୁ ନେଇ ରିଲାଏନ୍ସ ଜିଓ ଏବଂ ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଛି ।
ଜିଓର ଟ୍ରୁ-୫ଜି ଡାଟା ଭୁବନେଶ୍ୱରରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଶୁଭାରମ୍ଭ କରାଯାଇଛି ଯେତେବେଳେ ଭାରତର ଏହି ଦ୍ରୁତ ଉଦୀୟମାନ କ୍ରୀଡ଼ା ରାଜଧାନୀ ଆସନ୍ତା କିଛି ଦିନ ମଧ୍ୟରେ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ଲାଗି ପ୍ରସ୍ତୁତ ହେଉଛି । ସେହିପରି, ୧୦୦୦ ବର୍ଷ ପୁରୁଣା ଐତିହାସିକ କଟକ ସହରର ଜନସାଧାରଣ ଏବେ ପରବର୍ତୀ ପିଢ଼ିର ଜିଓ ଟ୍ରୁ-୫ଜି ନେଟ୍ୱର୍କରେ ଡାଟା ହାସଲ କରିପାରିବେ ।
ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, ଖୁବ୍ଶୀଘ୍ର ଓଡ଼ିଶାର କୋଣ ଅନୁକୋଣକୁ ଦ୍ରୁତ ଗତିରେ ଟ୍ରୁ-୫ଜି ନେଟ୍ୱର୍କର ସମ୍ପ୍ରସାରଣ କରାଯିବ । ଜିଓ ପକ୍ଷରୁ ୨୦୨୩ ଫେବ୍ରୁଆରି ସୁଦ୍ଧା ଓଡ଼ିଶାର ରାଉରକେଲା, ବ୍ରହ୍ମପୁର, ପୁରୀ, ସମ୍ବଲପୁର ଓ ବାଲେଶ୍ୱର ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯିବା ସହିତ ୨୦୨୩ ଡିସେମ୍ବର ସୁଦ୍ଧା ଓଡ଼ିଶାର ପ୍ରତି ତହସିଲ ଓ ତାଲୁକା ପର୍ଯ୍ୟନ୍ତ ଜିଓ ଟ୍ରୁ-୫ଜି ସେବାକୁ ସମ୍ପ୍ରସାରିତ କରିବା ଯୋଜନା ରହିଛି ।’’ ୨୦୨୩ ଜାନୁଆରି ୫ ତାରିଖରୁ ଜିଓ ୱେଲକମ୍ ଅଫରରେ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍ ରୁ ଅଧିକ ସ୍ପିଡ୍ ର ଅସୀମିତ ଡାଟାର ଅନୁଭୂତି ହାସଲ କରିବା ଲାଗି ଭୁବନେଶ୍ୱର ଓ କଟକର ଜିଓ ଗ୍ରାହକମାନଙ୍କୁ ଆମନ୍ତ୍ରଣ କରାଯିବ ।