
କନ୍ଧମାଳ – ଭାରତୀୟ ସମ୍ବିଧାନ ବିଶ୍ୱର ସର୍ବବୃହତ ସମ୍ବିଧାନ ଓ ଏହା ଭାରତବର୍ଷର ୧୩୦ କୋଟି ଜନସାଧାରଣଙ୍କୁ ବଂଚିବାର ଅଧିକାର ଦେଇଛି ବୋଲି ମିଳିତ ନାଗରିକ କମିଟି ପକ୍ଷରୁ ସମ୍ବିଧାନ ଦିବସରେ ଅନୁଷ୍ଠିତ ଆଲୋଚନାଚକ୍ରର ଆଲୋଚକମାନେ ମତବ୍ୟକ୍ତ କରିଛନ୍ତି । କମିଟିର ସଭାପତି ଡ. ଅରୁପ କୁମାର ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଅଧ୍ୟାପକ ଦୁଷ୍ମନ୍ତ କୁମାର ମାର୍ଥା, ଅଧ୍ୟାପକ ଗିରିଶ ଚନ୍ଦ୍ର ପ୍ରଧାନ, ଆଇନଜୀବୀ ଭିଭି ରାମଦାସ, ରବିନ୍ଦ୍ରନାଥ ମିଶ, ବରପିଷ୍ଠ ସାମ୍ବାଦିକ ନାରାୟଣ ସାହୁ, ନବକିଶୋର ରଥ ପ୍ରମୁଖ ଯୋଗଦେଇ ସମ୍ବିଧାନର ଇତିହାସ, ଏହାକୁ ପ୍ରସ୍ତୁତ କରିଥିବା କମିଟିର ଅଧ୍ୟକ୍ଷ ଡ. ବାବାସାହେବ ଆମ୍ବେଦକର ଓ ୭ ଜଣ ସଦସ୍ୟଙ୍କ କାର୍ଯ୍ୟଧାରା, କେନ୍ଦ୍ର ଓ ରାଜ୍ୟସ୍ତରରେ ସମ୍ବିଧାନର କାର୍ଯ୍ୟକାରିତା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ କମିଟିର ଆବାହକ ଅଶୋକ ପରିଡା ଅତିଥି ପରିଚୟ ପ୍ରଦାନ ସହ ସମ୍ବିଧାନ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଆଲୋଚନାଚକ୍ରରେ ସହରର ବହୁ ବୁଦ୍ଦିଜାବୀ ଉପସ୍ଥିତ ଥିଲେ ।