କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ ,ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମ ନିବାସୀ ସୁକୁରି ଦାସ ଙ୍କ ସୁପୁତ୍ର ତଥା ଧର୍ମ ପରାୟଣ ଶରତ କୁମାର ଦାସ ଙ୍କ ୬୬ ବର୍ଷ ବୟସ ଗୁରୁବାର ଦିନ ବିୟୋଗ ଘଟିଛି |ତାଙ୍କ ବିୟୋଗରେ ବରପୁଟ ଗ୍ରାମ ସହିତ ପଞ୍ଚାୟତରେ ଶୋକର ଛାୟା ଖେଳି ଯାଇଛି |ତାଙ୍କ ବିୟୋଗ ବରପୁଟ ଗ୍ରାମବାସୀଙ୍କ ପାଇଁ ଅପୂରଣୀୟ କ୍ଷତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି |ସେ ଏକାଧାରରେ ଜଣେ ନିଷ୍କପଟ, ମିଷ୍ଟଭାଷୀ, ଦୟାଳୁ ,ଧର୍ମପରାୟଣ ଓ ପରୋପକାରୀ ପୁରୁଷ ଥିଲେ । ବରପୁଟ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶରତ କୁମାର ଦାସ ଧର୍ମ କାର୍ଯ୍ୟ ତଥା ସମାଜସେବା କ୍ଷେତ୍ରରେ ବହୁତ ରୁଚି ରଖୁଥିଲେ ।ତାଙ୍କର ପିତାଙ୍କ ପରି ସେ ମଧ୍ଯ ଧର୍ମ ପରାୟଣ ଥିଲେ | ଗ୍ରାମବାସୀଙ୍କୁ ଏବଂ ଆଗାମୀ ଯୁବପିଢ଼ିଙ୍କୁ ସତସଙ୍ଗ ମାଧ୍ୟମରେ ଧର୍ମ ରକ୍ଷା,ସତଶିକ୍ଷା ପ୍ରଦାନ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଉଦ୍ଦେଶ୍ୟରେ ବରପୁଟ ଗ୍ରାମରେ ନବାହ୍ନ ପରାୟଣ ଏବଂ ପ୍ରବଚନ ଅନୁଷ୍ଠିତ ହୁଏ |ଏହି ପ୍ରବଚନକୁ ଓଡିଶାର ବିଭିନ୍ନ କୋଣ ଅନୁକୋଣରୁ ସାଧୁ, ସନ୍ଥ, ମହାରାଜ ଓ ପ୍ରବଚକ ମାନେ ଆସି ନିଜ ପ୍ରବଚନ ମାଧ୍ୟମରେ ସତ ଶିକ୍ଷା ପ୍ରଦାନ କରିଥାନ୍ତି ଯାହାକି ଗ୍ରାମବାସୀ ମାନଙ୍କ ସାଂସାରିକ ଏବଂ ଦୈନନ୍ଦିନ ଜୀବନରେ ସହାୟକ ହୋଇଥାଏ |ଶ୍ରୀଦାସ ସାକେତ ସତସଙ୍ଗର ସମ୍ପାଦକ ଥିଲେ ଏବଂ ସତସଙ୍ଗ କିଭଳି ବିନା ବାଧା ବିଘ୍ନରେ ଅନୁଷ୍ଠିତ ହେବ ସେ ନେଇ ସେ ସଦା ସର୍ବଦା ଦାୟିତ୍ୱ ବାନ ଥିଲେ |
Related Stories
November 23, 2024