
ପୁରୀ ,ବ୍ରହ୍ମଗିରି ବ୍ଲକ କହଳପଦା ଠାରେ ଜଳ ସମ୍ପଦ ବିଭାଗ ଦ୍ଵାରା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ କରକମଳରେ ବ୍ରହ୍ମଗିରି ବ୍ଲକ ଦକ୍ଷିଣ କାଣିଆ, ବକ୍ସି କାଣିଆ, ବେଣା କାଣିଆ ଓ ତଉଦଶହ ମୈାଜା କେନାଲ ପୁନରୁଦ୍ଧାର ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହା ବ୍ରହ୍ମଗିରି ବ୍ଲକର ଦକ୍ଷିଣ କାଣିଆ 6.7 କିମି ଠାରୁ 15.70 କିମି ପର୍ଯ୍ୟନ୍ତ ପୁନରୁଦ୍ଧାର, ବକ୍ସି କାଣିଆର 8.6 କିମି ଠାରୁ 10.1 କିମି ପର୍ଯ୍ୟନ୍ତ ପୁନରୁଦ୍ଧାର, ବେଣା କାଣିଆର 0କିମି ଠାରୁ 4.5କିମି ପର୍ଯ୍ୟନ୍ତ ପୁନରୁଦ୍ଧାର, ଚଉଦସହ ମୈାଜାର 5.6କିମି ଠାରୁ 7.6କିମି ପର୍ଯ୍ୟନ୍ତ ପୁନରୁଦ୍ଧାର ପାଇଁ 1,62,19,570 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଦକ୍ଷିଣ କାଣିଆର 15.7କିମି ଠାରୁ 20.00କିମି ପର୍ଯ୍ୟନ୍ତ ପୁନରୁଦ୍ଧାର ଏବଂ ବାସନପୁର କେନାଲର 0କିମି ଠାରୁ ଆରମ୍ଭ ହୋଇ 4.0କିମି ପର୍ଯ୍ୟନ୍ତ ପୁନରୁଦ୍ଧାର ପାଇଁ 4,23,89,194 କୋଟି ଟଙ୍କା ବ୍ୟୟ ବରାଦ ରେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇ ଅଛି। ବ୍ରହ୍ମଗିରି ଚାଷୀ କୂଳର ଦୀର୍ଘ ଦିନର ଦାବି ଫଳରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶିର୍ବାଦରେ ଦକ୍ଷିଣ କାଣିଆ, ବକ୍ସି କାଣିଆ, ବେଣା କାଣିଆ ଓ ଚଉଦଶହ ମୈାଜାର ଚାଷୀମାନଙ୍କ ଉନ୍ନତି ପାଇଁ ବ୍ରହ୍ମଗିରି ବିକାଶରେ ଆଜି ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି।
ବ୍ରହ୍ମଗିରି ଜଳସେଚନ ଓ ଜଳ ନିଷ୍କାସନ କାର୍ଯ୍ୟକୁ ତୋରାନୀତ କରିବା ପାଇଁ ବକ୍ସି କାଣିଆ, ଦକ୍ଷିଣ କାଣିଆ, ବେଣା କାଣିଆ, ଏକ ନାଳିଆ, ଚଉଦସହ ମୈାଜା ଏବଂ ମହଲାପାଟରୁ ଦଳ ଭର୍ତ୍ତି ହୋଇଥିବାରୁ ସେଇଥିରୁ ସବୁ ଦଳ ସଫା ଏବଂ ପୁନଃ ଉଦ୍ଧାର କାର୍ଯ୍ୟ ଜଳସମ୍ପଦ ବିଭାଗ ଦ୍ବାରା କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଶ୍ରୀ ଦାସବର୍ମା ତାଙ୍କ ବକ୍ତବ୍ୟରେ କହିଛନ୍ତି। ଏହା ପରେ ଶ୍ରୀ ଦାସବର୍ମା କହଳପଦା ପଞ୍ଚାୟତ ଗ୍ରସ୍ତକରି ପଞ୍ଚାୟତ ଗୃହ ଠାରେ ପଞ୍ଚାୟତ ଦୋକାନ ଘର ଏବଂ ସୁବିଧା କେନ୍ଦ୍ରର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ଵପ୍ନାରାଣି ସ୍ଵାଇଁ ଓ ସମ୍ମାନୀତ ଅତିଥି ଭାବେ ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, ବରିଷ୍ଠ ଚାଷୀ ନେତା ବିଦ୍ୟାଧର ସ୍ଵାଇଁ, ସାଂସଦଙ୍କ ପ୍ରତିନିଧି ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, କହଳପଦା ପଞ୍ଚାୟତ ସରପଞ୍ଚ ଭଗବାନ ପରିଡ଼ା, ସମିତି ସଭ୍ୟ ସୁମିତ୍ରା ବରାଳ, ବ୍ରାହ୍ମଣୀଆ ସରପଞ୍ଚ ନିରଞ୍ଜନ ସେଠୀ, ସମିତି ସଭ୍ୟ ବବିତା ସ୍ଵାଇଁ, ଚାପମାଣିକ ପଞ୍ଚାୟତ ସରପଞ୍ଚ ଅମୁଲ୍ୟ କୁମାର ଜେନା, ଦକ୍ଷିଣ କାଣିଆ ଚାଷୀ ସଭାପତି ପ୍ରଫୁଲ୍ଲ ଜେନା, ବକ୍ସି କାଣିଆ ଚାଷୀ ସଭାପତି ଭଜମନ ସାହୁ, ଚଉଦସହ ମୈାଜା ଚାଷୀ ସଭାପତି ଭୀମସେନ ସାହୁ ଓ ବେଣା କାଣିଆ ଚାଷୀ ସଭାପତି କଣ୍ଡୁରି ସୁବୁଦ୍ଧିଙ୍କ ସମେତ ବହୁ ଚାଷୀ ଭାଇ ମାନେ ଉପସ୍ଥିତ ଥିଲେ।