
-
ସାମିଲ ହେଲେ ସ୍ଥାନୀୟ ୮ ସାହି,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ#pu
ପୁରୀ ,ସ୍ଥାନୀୟ ବଦୁମହାପାତ୍ର ଜାଗାରେ ପହିଲି ଭୋଗ ଅନୁଷ୍ଠିତ ହୋଇଯାଇଛି |ସାମିଲ ହେଲେ ସ୍ଥାନୀୟ ୮ ସାହିର ମୁରବୀ |ସୂଚନା ଯୋଗ୍ୟ ଚୁଡ଼ଙ୍ଗସାହି ବଡୁମାହାପାତ୍ର ଯାଗା ଘର କହିଲେ ୮ ସାହି କୁ ନେଇ ଗଢିଉଠିଥିଲା |କାଳକ୍ରମେ ତାହା ୪ ସାହିରେ ସୀମିତ ହୋଇ ରହିଯାଇଥିଲା | ଯାଗା ରକ୍ଷଣାବେକ୍ଷଣା ଅଭାବରୁ ଅବହେଳିତ ହୋଇ ପହିଲିଭୋଗ ଯାଗା ରୁ ଦୀର୍ଘ ବର୍ଷ ହେବ ବନ୍ଦ ହୋଇଯାଇଥିଲା ଫଳରେ ଅକ୍ଟୋବର ୩୦ ରେ କମିଟିର ସାଧାରଣ ସଭାର ଆୟୋଜନ ହୋଇଥିଲା | ସାହି ଲୋକଙ୍କ ନିଷ୍ପତ୍ତି କ୍ରମେ ନୂତନ ପରିଚାଳନା କମିଟି ତିଆରି ହୋଇଥିଲା | ଉକ୍ତ ସଭାରେ ସଭାପତି ବନ ବିହାରୀ ନାୟକ,ଉଃ ସଭାପତି ବିମଲ ପଟ୍ଟନାୟକ,ସମ୍ପାଦକ ରାକେଶ କୁମାର ପାତ୍ର(ବିଜିନା), ସହ ସମ୍ପାଦକ ଦୃଗା ଶଙ୍କର ଦାସ ,କୋକ୍ଷାଧକ୍ଷ ଗୀତା କୃଷ୍ଣ ସାହୁ ଓ ପରିଚଳାନା କମିଟିର ମୁଖ୍ୟ ଭାବରେ ଆଦିତ୍ୟ ନାରାୟଣ ବାରିକ୍ ଙ୍କୁ ମନୋନୀତ କରଗଲା। ଗତ ୨୦ ଡିସେମ୍ବର ରିଖ ଦିନ ସମ୍ପାଦକ ରାକେଶ କୁମାର ପାତ୍ର ଉପସଭାପତି ବିମଲ ପଟ୍ଟନାୟକ ଓ ପରିଚାଳାନା କମିଟିର ମୁଖ୍ୟ ଆଦିତ୍ୟ ନାରାୟଣ ବାରିକ୍ ଙ୍କ ନେତୃତ୍ବରେ ପହିଲିଭୋଗ ୩ ଜାନୁଆରୀ ବଡୁମାହାପାତ୍ର ଯାଗା ଘର ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଗଲା |ଏହି ବର୍ଷ ପୂରାତନ ସାହିକୁ ମିଶାଇ ୮ସାହି ଯେପରି ଚୁଡ଼ଙ୍ଗସାହି,ମାତାଗୋସାହି,ନୀଳକଣ୍ଠ ନଗର, ଖୁଣ୍ଟିଆବଗିଚା,ମଧୁବନ,ଦୁଳଗ୍ରାମ,ହାଡ଼ଗଡ଼ିଆ ସାହି, ଯମୁନା ଗଳି ଆଦି କୁ ନେଇ ଅନୁଷ୍ଠିତ ହେଲା |