କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ ,Organization of United Working Journalist ପୁରୀ ଶାଖା ତରଫରୁ ପୁରୀ ଜିଲ୍ଲାପାଳଙ୍କ ଜରିଆରେ ଓଡିଶା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି |ମଙ୍ଗଳବାର ଦିନ 12 ଘଟିକା ସମୟରେ ପୁରୀ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ମନେ ଏକତ୍ରିତ ହୋଇ ଏକ ଦାବିପତ୍ର ପ୍ରଦାନ କରିଥିଲେ |ଗଣମାଧ୍ୟମକୁ ଆମ ଦେଶରେ ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ବେଳେ ବିଡମ୍ବନାର ବିଷୟ ହେଉଛି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ତରଫରୁ ମୌଳିକ ସୁବିଧା ମଧ୍ୟ ପ୍ରଦାନ କରାଯାଉନାହିଁ |ଗଣମାଧ୍ୟମ ପ୍ରତିନିଧି ମନେ କରୋନା, ବାତ୍ୟା, ବନ୍ୟା ଭଳି ବିପର୍ଯ୍ୟୟ କିମ୍ୱା ଖରା, ବର୍ଷା ଏବଂ ଶୀତ କୁ ଖାତିର ନ କରି ରାତି ଦିନ ନିଜର କର୍ତ୍ତବ୍ୟ ଭାବି ସମାଜର ହିତପାଇଁ ଖବର ସଂଗ୍ରହ କରିଥାଏ |ଖବର ସଂଗ୍ରହ ସମୟରେ ମଧ୍ୟ ନିଜ ଜୀଵନକୁ ବାଜି ଲଗାଇ ଖଳ ପ୍ରକୃତିର ଲୋକଙ୍କ ଠାରୁ ଗାଳି ଗୁଲଜ ଶୁଣିବା ସହିତ ସମୟ ସମୟରେ ମାଡ ଖାଇ ଲହୁଲୁହାଣ ହୋଇଥାନ୍ତି |ଏଭଳି ଅନେକ ସମସ୍ୟା ସଦା ସର୍ବଦା ଲାଗି ରହିଛି |ଏହାର ସମାଧାନ ଏବଂ କିଛି ମୌଳିକ ସୁବିଧା ସାମ୍ବାଦିକ ମାନଙ୍କୁ ପ୍ରଦାନ ନିମନ୍ତେ ପୁରୀଜିଲ୍ଲା ସାମ୍ବାଦିକ ସଂଘର ଦାବୀ ଗୁଡିକ ହେଲା——
ପୁରୀ ଜିଲ୍ଲାରେ ପ୍ରେସ୍ କ୍ଲବ ପ୍ରତିଷ୍ଠା ଏବଂ ସମସ୍ତ ସାମ୍ବାଦିକ ସଂଘର ପ୍ରତିନିଧିଙ୍କୁ ନେଇ ଏକ କମିଟି ଗଠନ,ସ୍ବାସ୍ଥ୍ୟବୀମା ପାଞ୍ଚ ଲକ୍ଷ ଟଙ୍କା କୁ ବୃଦ୍ଧି ଓ ୨୫ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ର ବ୍ୟବସ୍ଥା ,ଓଡ଼ିଶା ଭିତରେ ସାମ୍ବାଦିକ ମାନଙ୍କୁ ଟୋଲ୍ ଟ୍ୟାକ୍ସରୁ ମୁକ୍ତି ,ମୋ ବସ୍’ ଟିକେଟରେ ରିହାତି ପ୍ରଦାନ,ଘରୋଇ ବସରେ ସାମ୍ବାଦିକ ମାନଙ୍କୁ ରିହାତି,ସାମ୍ବାଦିକ ଙ୍କ ସୁରକ୍ଷା ଓ ସେମାନଙ୍କ ଉପରେ ହେଉଥିବା ଆକ୍ରମଣ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ,
ପୁଲିସ ପକ୍ଷରୁ ସାମ୍ବାଦିକ ମାନଙ୍କୁ ସ୍ଥାୟୀ କାର୍ ଓ ବାଇକ୍ ପାସ୍ ର ବ୍ୟବସ୍ଥା ,ଶ୍ରୀମନ୍ଦିର ନିକଟରେ ଓ ସର୍କିଟ ହାଉସ୍ ପରିସରରେ ସାମ୍ବାଦିକ ମାନଙ୍କ ନିମନ୍ତେ ଆଶ୍ରୟସ୍ଥଳୀ,Web media ସାମ୍ବାଦିକଙ୍କୁ ଅନ୍ୟ ସାମ୍ବାଦିକ ମାନଙ୍କ ଭଳି ସମ୍ନାନ ଓ ସୁବିଧା ପ୍ରଦାନ ନିମନ୍ତେ ସଂଗଠନର ସଭାପତି ପ୍ରସନ୍ନ ଦାସ ଦାବି ରଖିଥିଲେ lସାମ୍ବାଦିକ ମାନେ ଯେଉଁ ଦାବି ଗୁଡିକ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନା କରିଛନ୍ତି ତାହା କେତେଦୂର ପୂରଣ ହେଉଛି ତାହା ଦେଖିବା ବାକି ରହିଲା l ଉକ୍ତ କାର୍ଯ୍ୟକ୍ରମରେ ସଂଗଠନର କାର୍ଯ୍ୟକାରୀ ସଭାପତି ପ୍ରସନ୍ନ କୁମାର ଲେଙ୍କା, ରାଜେନ୍ଦ୍ର କୁମାର ମହାନ୍ତି, ଉପ ସଭାପତି ସନ୍ତୋଷ କୁମାର ଗୋଛାୟତ, ସୁରେନ୍ଦ୍ର ଗୋଛାୟତ, ସମ୍ପାଦକ ଜୟକୃଷ୍ଣ ଦାସ, ସୁବୋଧ କୁମାର ସୁବୁଦ୍ଧି, ସହସମ୍ପାଦକ ମାନସ କୁମାର ସାମଲ, ସାଗର ମଦନ ମୋହନ ପ୍ରତିହାରୀ, କୋଷାଧକ୍ଷ ରବୀନ୍ଦ୍ର କୁମାର, ମିଡ଼ିଆ ସେଲ ର ଆବାହକ ରମେଶ ସାହୁ ଏବଂ ସମସ୍ତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ l
Related Stories
November 25, 2024