
ବୌଦ୍ଧ,୨୯ ତମ ବୌଦ୍ଧ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସର ରେ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ପ୍ରଥମ ଥର ପାଇଁ ମହିଳା ଗୋପାଳନ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି,ମହିଳା ଗୋ ଦୁଗ୍ଧ ସମବାୟ ସମିତି ମାଧ୍ୟମ ରେ ଦୁଗ୍ଧ ସଂଗ୍ରହ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିବା ସହିତ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରାଇବା ଲକ୍ଷ୍ୟ ନେଇ ଅନୁଷ୍ଠିତ ଏହି ସମ୍ମିଳନୀ ରେ ଜିଲ୍ଲା ର ବିଭିନ୍ନ ପ୍ରାନ୍ତରୁ ୭୦୦ ରୁ ଅଧିକ ମହିଳା ଗୋଚାଷୀ ଯୋଗ ଦେଇଥିଲେ, ଏଡିଭିଓ ଡା ପ୍ରଭାସ କୁମାର ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ରୁପେ ଜଙ୍ଗଲ ଓ ପରିବେଶ ତଥା ପଂଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ଯୋଗ ଦେଇ ବିଭାଗ ର ଏହି ପଦକ୍ଷେପ କୁ ପ୍ରଶଂସା କରିବା ସହିତ ଏହି ସମ୍ମିଳନୀ ଗ୍ରାମାଞ୍ଚଳ ମହିଳା ମାନଙ୍କୁ ଗୋପାଳନ ପ୍ରତି ଅଧିକ ଆକୃଷ୍ଟ କରିଵା ସହିତ ମହିଳା ସଶକ୍ତିକରଣ ର ଏକ ନୂତନ ଦିଗନ୍ତ ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଥିଲେ, ସମ୍ମାନୀତ ଅତିଥି ଭାବରେ ଜିଲ୍ଲାପାଳ ସତ୍ୟ ରଂଜନ ସାହୁ ୨୦୨୩ ସୁଦ୍ଧା ବୋୖଦ୍ଧ ଜିଲ୍ଲା ରେ ୨୦୦୦୦ ଲିଟର ଦୁଗ୍ଧ ସଂଗ୍ରହ ର ଲକ୍ଷ୍ୟ ରଖାଯାଇଛି ଯେଉଁଥିରେ ମହିଳା ମାନେ ପ୍ରମୁଖ ସହଭାଗିତା ରହିବ ବୋଲି ମତବ୍ୟକ୍ତ କରିଥିଲେ, ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର୍,ବଲାଙ୍ଗୀର କଳାହାଣ୍ଡି ନୂଆପଡ଼ା ଦୁଗ୍ଧ ସଂଘ ର ସଧାରଣ ପରିଚାଳକ ଡା ସରୋଜ କୁମାର ସାହୁ,ଓମ୍ଫେଡ୍ ର ଉପ ପରିଚାଳକ ଡା ବିଶ୍ବ ରଂଜନ ତ୍ରିପାଠୀ, ପ୍ରାଣୀ ସମ୍ପଦ ବିଭାଗ ର ପ୍ରାକ୍ତନ ଯୁଗ୍ମ ନିର୍ଦେଶକ ଡା ବଳରାମ ସାହୁ,ପ୍ରାଣୀ ଚିକିତ୍ସା ତଥା ପ୍ରାଣୀ ପାଳନ ମହାବିଦ୍ୟାଳୟ ର ପ୍ରାଣୀ ପ୍ରଜନନ ବିଭାଗୀୟ ମୁଖ୍ୟ ପ୍ରଫେସର ଡା ବିଜୟ କୁମାର ପାତ୍ର ଆଦି ଯୋଗ ଦେଇ ମହିଳା ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ,ଏହି ଅବସର ରେ ମୁଖ୍ୟ ଅତିଥି ଙ୍କ ଦ୍ୱାରା ଗୋପାଳନ ମାଧ୍ୟମ ରେ ମହିଳା ସଶକ୍ତିକରଣ ଲକ୍ଷ୍ୟ ନେଇ ଏକ ଲୋଗୋ ଉନ୍ମୋଚନ କରଯାଇଥିଲା,ସଭା ଅନ୍ତେ ଏକ ଗୋପାଳନ କର୍ମଶାଳା ଅନୁଷ୍ଠିତ ହୋଇଥିଲା,ଯେଉଁଥିରେ ସେଞ୍ଚୁରିଆନ ବିଶ୍ବ ବିଦ୍ୟାଳୟ ର ସହକାରୀ ପ୍ରାଧ୍ୟାପକ ଡା ଅଭିଷେକ ହୋତା, ବଲାଙ୍ଗୀର ଆୟୁର୍ବେଦିକ ମହାବିଦ୍ୟାଳୟ ର ସହକାରୀ ପ୍ରାଧ୍ୟାପକ ଡା ନିତ୍ୟାନନ୍ଦ ବଳ,ଉପ ନିର୍ଦେଶକ ଡା ହୃଷିକେଶ ବେହେରା,ହରଭଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ବିରେନ୍ଦ୍ର ପୃଷ୍ଟି, କଣ୍ଟାମାଳ ଗୋଷ୍ଠୀ ପ୍ରାଣୀଚିକିତ୍ସା ଅଧିକାରୀ ଡା ବିମଳ ଚୌଧୁରୀ, ବୋୖଦ୍ଧ ବ୍ଲକ ର ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ସୋନାଲୀ ରାଉତ ଆଦି ପ୍ରାଣୀ ଚିକିତ୍ସା ରେ ଆୟୁର୍ବେଦିକ ଚିକିତ୍ସା,ଗୋପାଳନ ର ବିଭିନ୍ନ ଦିଗ,ଗୋପାଳନ ରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ଭୂମିକା ଓ ଦୁଗ୍ଧ ସମବାୟ ସମିତି ପରିଚାଳନା ଆଦି ବିଷୟ ରେ ଆଲୋଚନା କରିଥିଲେ,ପ୍ରାଣୀ ଚିକିତ୍ସକ ଵାଉଁଶୁଣୀ ଡା ପ୍ରିୟଵ୍ରତ ବେହେରା ଅତିଥି ପରିଚୟ ପ୍ରଦାନ ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ, ଜିଲ୍ଲା ପ୍ରଶିକ୍ଷଣ ଅଧିକାରୀ ଡା ସଂଘମିତ୍ରା ପ୍ରାମାଣିକ ମଞ୍ଚ ପରିଚାଳନା କରିଥିଲେ ଓ ମିଶନ ଶକ୍ତି ର ଜିଲ୍ଲା ସଂଯୋଜକ ଦେବଦତ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ, କର୍ମଶାଳା ଶେଷ ରେ ମହିଳା ମାନେ ଏକ ବିଶାଳ ଶୋଭାଯାତ୍ରା ରେ କଚେରୀ ପଡ଼ିଆ ଯାଇଥିଲେ ଯେଉଁଠାରେ ମନ୍ତ୍ରୀ ଶ୍ରୀ ଅମାତ ଙ୍କ ଦ୍ୱାରା ମହିଳା ମାନଂକ ଦ୍ୱାରା ଉତ୍ପାଦିତ ୫୦୦୦ ଲିଟର ଗୋଦୁଗ୍ଧ ର ଉଦଘାଟନ କରିଥିଲେ, ସର୍ବାଧିକ ଦୁଗ୍ଧ ଉତ୍ପାଦନ ପାଇଁ ପଂଚାୟତ ମହିଳା ଗୋଦୁଗ୍ଧ ସମବାୟ ସମିତି,ଲୁଣିଵାହାଲ ଓ ମହିଳା ଗୋଚାଷୀ ନଳିନୀ ଭୋକ୍ତା ଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା ।