
ବୌଦ୍ଧ, ଆମ୍ବୁଲାନ୍ସ ରେ ଚାଲିଥିଲା ଗଞ୍ଜାଇ ଚୋରା ଚାଲାଣ l ଚାଲାଣକାରୀ ମାନେ ଅଭିନବ ଉପାୟରେ କରୁଛନ୍ତି ଗଞ୍ଜାଇ ଚୋରା ଚାଲାଣ l ଯେପରି ଆମ୍ବୁଲାନ୍ସ ବ୍ୟବହାର କରି ନିର୍ଭୟରେ କରୁଥିଲେ ଗଞ୍ଜାଇ ଚୋରା ଚାଲାଣ l ଦୁର୍ଭାଗ୍ୟ ବଶତଃ ଆଜି ପଡିଗଲେ ପୁଲିସ ହାବୁଡ଼ ରେ । ଘଟଣା ଘଟିଛି ମନମୁଣ୍ଡା ଥାନା ଶଗଡା ଅଂଚଳରେ। ଆଜି ସକାଳ ସମୟରେ ଶଗଡା – କନ୍ଧମାଳ ସୀମାନ୍ତ ଅଂଚଳରେ ପେଟ୍ରୋଲିଂ କରୁଥିବା ବେଳେ ପୋଲିସ ଏକ ଆମ୍ବୁଲାନ୍ସ ଗାଡି ଶଗଡା – ସିଙ୍ଗଡାନାଲା ନିକଟରେ ଅଟକିଥିବା ଦେଖିଥିଲେ l ପୁଲିସ କୁ ଦେଖି କେତେଜଣ ଜଙ୍ଗଲ ଆଡକୁ ଧାଇଁ ପଳାଇ ଯାଇଥିଲେ। ପୁଲିସ ସନ୍ଦେହରେ ଆମ୍ବୁଲାନ୍ସ କୁ ତନଖି କରିବାରେ ସେଥିରୁ 94 କେଜି ଗଞ୍ଜାଇ ପାଇଥିଲେ। ପୋଲିସ ଆମ୍ବୁଲାନ୍ସ ସହ ଗଞ୍ଜାଇ ଜବତ କରିବା ସହ ଚୋରା ଚାଲାଣ କରୁଥିବା ଦୁଇ ଜଣକୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ବୌଦ୍ଧ ଥାନା ବଇଲବେଡା ଗ୍ରାମର ପ୍ରଶାନ୍ତ ଗୁରୁ ଏବଂ ବରଗଡ଼ ଜିଲ୍ଲାର କୈଳାଶ ସିଂ l ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି SDPO ଆନଂଦ ବର୍ଦ୍ଧନ ଗୁରୁ ସୂଚନା ଦେଇଛନ୍ତି l ଗଞ୍ଜାଇ ଚାଷ ଓ ଚୋରା ଚାଲାଣ କ୍ଷେତ୍ରରେ ମନମୁଣ୍ଡା ଥାନା ଶଗଡା ଏବଂ ଗୁନ୍ଦୁଲିଆ ପଂଚାୟତ ର କୁଖ୍ୟାତି ରହିଛି। ପୁଲିସ ପ୍ରାୟ ନୀତିଦିନ ଗଞ୍ଜାଇ ଚାଷ ନଷ୍ଟ ରେ ବ୍ୟସ୍ତ ରାହୁଥିବାବେଳେ ଗଞ୍ଜାଇ ମାଫିଆ ଏହାର ସୁଯୋଗ ନେଇ ବିଭିନ୍ନ ଉପାୟରେ ଗଞ୍ଜାଇ ଚୋରା ଚାଲାଣ କରୁଥିବା ଜାଣିବାକୁ ମିଳିଛି। ଏସ ପି ପ୍ରହଲ୍ଲାଦ ସହାୟ ମିନା ଙ୍କ କଡା ନିର୍ଦେଶମତେ ମନମୁଣ୍ଡା ଆଇ ଆଇ ସି ଅଶ୍ବିନୀ ଭିତିରିଆ ତାଙ୍କ ଷ୍ଟାଫ କୁ ଚୋରା ଚାଲାଣ ଉପରେ କଡା ନଜର ଦେବାକୁ କହିଛନ୍ତି। ସେଇ ପରିପ୍ରେକ୍ଷୀରେ ଶଗଡା ଫାଣ୍ଡି ଅଧିକାରୀ ଏସ ଆଇ ତୁଲାରାମ ମହାନନ୍ଦିଆ ସକାଳ ସମୟରେ ଶଗଡା – କନ୍ଧମାଳ ସୀମାନ୍ତ ଆଡକୁ ପେଟ୍ରୋଲିଂ ରେ ଯାଇଥିଲାବେଳେ ଓ ଆର 15 ଏସ 0915 ନମ୍ବର ପ୍ଲେଟ ଥିବା ଏକ ଆମ୍ବୁଲାନ୍ସ ଗାଡି ଶଗଡା – ସିଙ୍ଗଡାନାଲା ନିକଟରେ ରହିଥିଲା। ପୁଲିସ କୁ ଦେଖି କେତେଜଣ ଜଙ୍ଗଲ ଆଡକୁ ଧାଇଁ ପଳାଇ ଯାଇଥିଲେ। ଉକ୍ତ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ତଥା ଧାଇଁ ଫେରାର ହୋଇଯାଇଥିବା ଅଭିଯୁକ୍ତମାନେ କଣ୍ଟାମାଲ ଥାନା ରୁଣ୍ଡିମହୁଲ ଗ୍ରାମର ଘନଶ୍ୟାମ ଖଟୁଆ, ଦ୍ରୋଣ ଖଟୁଆ, କଣ୍ଟାମାଲ ର ସିତରାମ ଷଡଙ୍ଗୀ, କଣ୍ଟାମାଲ ଥାନା ପିଣ୍ଡାପଦର ର ଅର୍ଜୁନ ଦଣ୍ଡନାୟକ ବୋଲି ଗିରଫ ଅଭିଯୁକ୍ତ ଙ୍କ ଠାରୁ ପୁଲିସ ଜାଣିବାକୁ ପାଇଛି। ବରଗଡ଼ କୁ ଉକ୍ତ ଗଞ୍ଜାଇ ଚୋରା ଚାଲାଣ କରୁଥିବା ସେମାନେ ସ୍ୱୀକାର କରିଥିଲେ। ଏନେଇ ଥାନାରେ ଏକ ମାମଲା ନଂ4/23 ରୁଜୁ କରାଯାଇ ଗିରଫ ଦୁଇ ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିଛି ।