
ବୌଦ୍ଧ, ବୌଦ୍ଧ ଜିଲାରେ ଯେ ବନ୍ୟଜନ୍ତୁ ସୁରକ୍ଷିତ ନୁହନ୍ତି l ତାହା ଅନେକ ବାର ପ୍ରମାଣିତ ହେଲାଣି l ହାତୀଦାନ୍ତ , ବାଘଛାଲ , ବଜ୍ରକାପ୍ତା ଆଦି ଅନେକ ଥର କ୍ରାଇମ୍ ବ୍ରାଞ୍ଚ୍ ର ସ୍ପେଶାଲ୍ ଟାସ୍କ ଫୋର୍ସ ଚଢ଼ାଉ କରି ଧରିଛି l ଏବେ ଆଉଥରେ ଧରାପଡିଛି ଦୁଇଟି ବାଘ ଛାଲ l ତେବେ ଏହା ବୌଦ୍ଧ ଜିଲାରେ ବାଘ ଶିକାର କରି ରଖାଯାଇଥିଲା ନା ଅନ୍ୟ ଅଂଚଳରୁ ଆଣି ଏଠି ବ୍ୟବସାୟ କରାଯାଉଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ l ବୌଦ୍ଧ ଠାରେ ବିକିବାକୁ ଆସିଥିଲା ଶିକାରୀ । ବିକୁଥିଲା ବାଘଛାଲ । ବେପାରୀ ସାଜିଲା ଏସଟିଏଫ । ବୌଦ୍ଧ ଜିଲ୍ଲାରେ ଜବତ ହୋଇଛି ଦୁଇଟି ବାଘଛାଲ । କ୍ରାଇମ୍ ବ୍ରାଞ୍ଚ୍ ର ସ୍ପେଶାଲ୍ ଟାସ୍କ ଫୋର୍ସ ବନବିଭାଗ ସହାୟତାରେ ସାଲୁଙ୍କି ନଦୀ ପୋଲ ନିକଟରେ ଚଢ଼ଉ କରି ଗୋଟିଏ ମହାବଳ ବାଘ ଛାଲ ଏବଂ ଅନ୍ୟ ଏକ କଲରାପତରିଆ ବାଘ ଛାଲ ଜବତ କରିଛି । ଏହି ଘଟଣାରେ ସଦର ଥାନା ଅନ୍ତର୍ଗତ ଓଲଣ୍ଡା ଗ୍ରାମର ହିମାଳୟ ଦାସ ନାମକ ଜଣେ ଶିକାରୀକୁ ଗିରଫ କରାଯାଇଛି । ଏହି ବାଘଛାଲ ଜବତ କରାଯିବା ପରେ ଜୈବିକ ପରୀକ୍ଷାପାଇଁ ଦେହରାଦୁନ ପରୀକ୍ଷାଗାର କୁ ପଠାଯାଇଛି l ଅନ୍ୟପକ୍ଷରେ ଗିରଫ ଶିକାରୀ କୁ କୋର୍ଟ ଚାଲାଣ କରାଯାଇଛି l ସୂଚନାଯୋଗ୍ୟ କି , ବୌଦ୍ଧ ଜିଲ୍ଲାର ଜଙ୍ଗଲରେ ବେଧଡ଼କ ଭାବେ ବାଘ ଛାଲ କାରବାର ହେଉଛି । ଏ ସମ୍ପର୍କରେ ଖବର ପାଇଥିଲା ଏସ୍ଟିଏଫ୍ । ଏହାପରେ ଏସଟିଏଫ୍ ପକ୍ଷରୁ ଏକ ୫ ଜଣିଆ ଟିମ୍ ଗଠନ କରା ଯାଇଥିଲା । ଗ୍ରାହକ ସାଜି ଏସ୍ଟିଟିଏଫ୍ ଟିମ୍ ଶିକାରୀଙ୍କ ସହ ଯୋଗାଯୋଗ କରି ଥିଲେ । ଶିକାରୀଙ୍କଠାରୁ ଗୋଟିଏ ବାଘ ଛାଲ କିଣିବା ପାଇଁ ୫ ଲକ୍ଷ ଟଙ୍କାର ଡିଲ୍ କରି ଥ୍ ଲେ । ଶି କାରୀ ଗୋଟିଏ ମହାବଳ ବାଘ ଛାଲ ଏବଂ ଅନ୍ୟ ଏକ କଲରାପତରିଆ ବାଘ ଛାଲ ଧରି ଆସିଥିଲା । ଏହାପରେ ଏସ୍ଏଫ୍ ଟିମ୍ ଶିକାରୀଙ୍କୁ କାବୁ କରି ନେବା ସହ ତା’ଠାରୁ ବାଘଛାଲ ଜବତ କରିଥିଲେ । ବାଘଛାଲ ନେଟ୍ବାର୍କ ସମ୍ପର୍କରେ ଉକ୍ତ ଶିକାରୀକୁ ପଚରାଉଚରା କରାଯାଇଛି । ଏନେଇ ଏସ୍ଟିଏଫ୍ ଥାନା କେସ୍ ନମ୍ବର 01 ରେ ମାମଲା ରୁଜୁ କରାଯାଇ ଭାରତୀୟ ଦଣ୍ଡ ବିଧି 379/411/120 (B) IPC r / w , ୱାଇଲ୍ଡ ଲାଇଫ୍ (ସୁରକ୍ଷା) ଅଧିନିୟମ, 1972 ର 51 ଧାରା ପଞ୍ଜିକୃତ ହୋଇଛି ଏବଂ ହେବ |