
-
ଭୁବନେଶ୍ୱରରେ ଶୁଭାରମ୍ଭ କରିବେ କେନ୍ଦ୍ର ଯୋଗାଯୋଗ ଓ ଆଇଟି ମନ୍ତ୍ରୀ
ଭୁବନେଶ୍ୱର, ଆସନ୍ତାକାଲି ଓଡିଶାରେ ୫ – ଜି ସେବାର ଶୁଭାରମ୍ଭ ହେବ । କେନ୍ଦ୍ର ରେଳ , କମ୍ୟୁନିକେସନ୍ , ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ଠାରେ ୫-ଜି ସେବାର ଉଦଘାଟନ କରିବେ । ଏଥିପାଇଁ ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ୟୁନିଭର୍ସିଟି ଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେବେ ।
ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ୨୯ ତାରିଖରେ ଭୁବନେଶ୍ୱର ରେଲୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାସେ ଭିତରେ ଓଡ଼ିଶାକୁ ୫ଜି ସେବା ମିଳିବ ବୋଲି ଘୋଷଣା କରିଥିଲେ । ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ ୫-ଜି ସେବାର ଆରମ୍ଭ ହେବ ବୋଲି ସେ କହିଥିଲେ । ଉଲ୍ଲେଖନୀୟ ଅକ୍ଟୋବର ୧ ତାରିଖରେ ଦେଶର ୧୩ ସହରରେ ୫-ଜି ସେବା ଆରମ୍ଭ ହୋଇଥିଲେ । ଏଥିରେ ଓଡ଼ିଶାର କୌଣସି ସହର ନଥିଲା ।