
ଭୁବନେଶ୍ୱର, ଅସୁସ୍ଥତା ହେତୁ ଚିକିତ୍ସିତ ହେଉଥିବା ପୂର୍ବତନ କେନ୍ତ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଭୁବନେଶ୍ୱର ଏମସ୍ ଯାଇ ସାକ୍ଷାତ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।
ଏସମ୍ପର୍କରେ ଟ୍ୱିଟ୍ କରି ଶ୍ରୀମତୀ ଷଡଙ୍ଗୀ ଲେଖିଛନ୍ତି ଯେ ଆଜି ସେ ଭୁବନେଶ୍ୱର ଏମସ୍ ଯାଇ ପ୍ରତାପ ଷଡଙ୍ଗୀଙ୍କୁ ଭେଟିଛନ୍ତି । ଡାକ୍ତରଙ୍କ ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ସେ ଶୀଘ୍ର ସୁସ୍ଥ ହେଉଛନ୍ତି । ଆସନ୍ତାକାଲି ସେ ଡିସଚାର୍ଜ ହୋଇପାରିନ୍ତି ବୋଲି ଶ୍ରୀମତୀ ଷଡଙ୍ଗୀ ଉଲ୍ଲେଖ କରିଛନ୍ତି ।