ଭୁବନେଶ୍ୱର, ରାଜ୍ୟରେ ହେବାକୁ ଯାଉଥିବା ହକି ବିଶ୍ୱକପ୍-୨୦୨୩ ଉପଲକ୍ଷେ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମିଜୋରାମର ମୁଖ୍ୟମନ୍ତ୍ରୀ ଶ୍ରୀ ଜୋରାମ ଥଙ୍ଗାଙ୍କୁ ସାକ୍ଷାତ କରି ସାଦର ନିମନ୍ତ୍ରଣ ଜଣାଇଛନ୍ତି ।
ମନ୍ତ୍ରୀ ଶ୍ରୀ ଦାଶ ମିଜୋରାମର ମୁଖ୍ୟମନ୍ତ୍ରୀ ଶ୍ରୀ ଜୋରାମ ଥଙ୍ଗାଙ୍କୁ ଭେଟି ନିମନ୍ତ୍ରଣ କରିବା ଅବସରରେ ହକି ଇଣ୍ଡିଆ ଟି-ସାର୍ଟ ଓ ଏକ ରୂପାର ମୁମେେଂଟା ପ୍ରଦାନ କରିଥିଲେ । ନିମନ୍ତ୍ରଣ ପତ୍ର ପାଇଁ ଶ୍ରୀ ଥଙ୍ଗା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ବିଶ୍ୱକପ ହକି ଆୟୋଜନ ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି ।