ବଲାଙ୍ଗିର/ଖାରୀ ,ସଂପ୍ରତି ମଣ୍ଡି ଜରିଆରେ ସୋନପୁର ଜିଲ୍ଲାରେ ଧାନ କିଣା ବିକା ଚଲିଛି।ବ୍ଯବସ୍ଥା ଅନୁସାରେ ମଣ୍ଡିକୁ ଧାନ ଆଣି ବିକିବାକୁ ଦିଆଯାଉଥିବା ଟୋକନର ଅବଧି 28ଦିନ । ନିୟମତ: ଧାନ ପେକ୍ସ ଧାନ କିଣି ମିଲରକୁ ବିକିବା କଥା ।କିନ୍ତୁ ବାସ୍ତବିକ ସେପରି ହେଉ ନାହିଁ। ମିଲର୍ ଏଇଠି ବାଦସାହା । ତାର ଇଚ୍ଛା ମୁତାବକ ଧାନ କିଣା ବିକା ଚାଲିଛି।28 ଦିନର ଟୋକନ ସୀମାରେ ଅନୁବନ୍ଧିତ ଚାଷୀ ଆଗ ଧାନ ବିକିବାକୁ ଚାହିଁଲେ ଚାଷୀ ଧାନ ନିଜର କିମ୍ବା ଗାଡି ଭଡା କରି ଧାନ ଧରି ମିଲରେ ହାଜର ।ତେଣୁ ଭିଡ ଏତେ ଯେ ଦୁଇ ତିନିରାତି ଧରି ଜଗିଲେ ଯାଇ ଗାଡି ଖାଲି ହେଉଛି ଏବଂ ଚାଷୀକୁ ଅପେକ୍ଷା ପାଇଁ ଅଧିକ ଭଡା ଗଣିବାକୁ ପଡୁଛି । ତା ସହିତ କୁଇଣ୍ଟାଲ ପିଛା 28/30ଟଙ୍କା ର ବସ୍ତା ବି ଦକ୍ଷିଣା ଗଣୁଛି । ଗାଡିଭଡା କିନ୍ତୁ ମଣ୍ଡିରୁ ଗଲା ବୋଲି ହିସାବ ହେଉଛି ।ଚାଷୀକୁ ମିଳୁ ନାହିଁ ।ମିଲର୍ ପାଉଛି କିମ୍ବା ପେକ୍ସ ମିଥ୍ଯାକୁ ସହଯୋଗ କରୁଛି ବୋଲି କିଛି ଭାଗ ପାଉଥିବାର ଅନୁମାନ କରାଯିବାରେ ଭୁଲ ହେବ ନାହିଁ । ଏହି ସତ୍ଯର ତଦନ୍ତ କରି କେତେ ପରିମାଣରେ ଚାଷୀକୁ ଲୁଣ୍ଠନ ସୋନପୁର ଜିଲ୍ଲାରେ ହୋଇଛି ତାର ଆକଳନ କରାଯାଇ ସଂପୃକ୍ତ ବ୍ଯକ୍ତି ବିଶେଷଙ୍କ ଠାରୁ ଆଦାୟ କରାଯାଇ ସଂପୃକ୍ ଚାଷୀଙ୍କୁ ଭରଣା ଦେବାକ ଦାବୀ ହେଉଛି । ମିଲ ରୁ ନିଜ ବ୍ଯବସ୍ଥା ରେ ମିଲକୁ ସିଧା ସଳଖ ଚାଷୀ ଧାନ ଦେଲ ବସ୍ତା ଏବଂ ପରିବହନ ଖର୍ଚ୍ଚ ଚାଷୀକୁ ସିଧା ସଳଖ ଦିଆଗଲେ ଏ ଦୁର୍ନୀତିକୁ ରୋକାଯାଇ ପାରିବ ବୋଲି ଜନମତ ହେଉଛି ।
Related Stories
November 23, 2024