ବୌଦ୍ଧ, କାର୍ଯ୍ୟାନୁଷ୍ଠାନ ଓ ପୋଲିସ ଭୟ ଦେଖାଇଲା ଜିଲା ପ୍ରଶାସନ l ଲୋକଙ୍କ ଦାବି କୁ ନଶୁଣି ଜୋରଜବରଦସ୍ତ ରେଳ ପ୍ରକଳ୍ପ ନିର୍ମାଣ କାମ ଚଳାଇଲା ପ୍ରଶାସନ l ମନମୁଣ୍ଡା ପଂଚାୟତ ମହୁଲବାହାଲି ଗ୍ରାମରେ ଚାଲିଥିବା ରେଲୱେ କାମରେ ସାମାନ୍ୟ ପରିବର୍ତନ କରିବାକୁ ଦାବି କରୁଥିଲେ ଗ୍ରାମବାସୀ l ରେଳ ଭୂତଳ ପୋଲ ରେ ବର୍ଷା ଜଳ ଜମା ରହିବା , ଯାତାୟାତ ରେ ଅସୁବିଧା ହେବା, ଉପର ମୁଣ୍ଡ ଜମିର ବର୍ଷା ଜଳ ତଳ ମୁଣ୍ଡ କୁ ନିଷ୍କାସନ ପାଇଁ ଏକ ପୋଲ ନିର୍ମାଣ କରାଯିବାକୁ ଗ୍ରାମବାସୀ ମାନେ ଦାବି କରୁଛନ୍ତି । ଏନେଇ ଗ୍ରାମବାସୀ ମାନେ ରେଲୱେ ବିଭାଗ ସହିତ ଜିଲ୍ଲାପାଳଙ୍କ ଠାରେ ଅନେକବାର ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିପାରିଲା ନାହିଁ । ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ନିର୍ମାଣ କାମ ବନ୍ଦ ରଖିବାକୁ ଗ୍ରାମବାସୀ ଆନ୍ଦୋଳନ କରୁଥିଲେ l ସହକାରୀ ଜିଲ୍ଲାପାଳ ଚନ୍ଦ୍ରକାନ୍ତ ବେହେରା ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ କରିପାରିନଥିଲେ । ଶେଷରେ ଧାରଣାରେ ବସିଥିବା ମହିଳାଙ୍କୁ କାର୍ଯ୍ୟରେ ବାଧା ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି l ଏହା ସହ ଅଧିକ ସଂଖ୍ୟକ ପୋଲିସ ମୃତୟନ କରି ରେଳ ପ୍ରକଳ୍ପ ନିର୍ମାଣ କାମ ଆରମ୍ଭ କରିଥିଲା ପ୍ରଶାସନ । ପ୍ରଶାସନର ଏତାଦୃଶ ପଦକ୍ଷେପ କୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି ।
Related Stories
November 23, 2024