ବୌଦ୍ଧ, ପଂଚାୟତର ପିଇଓ, ଜିଆରଏସ, ଜେଇ ଚକ୍ରାନ୍ତ କରି ଯୋଗ୍ୟ ବ୍ୟକ୍ତିଙ୍କ ନାମ ବାଦ ଦେଇ ଅଯୋଗ୍ୟ ବ୍ୟକ୍ତିମାନଙ୍କ ନାମ ତାଲିକା ଭୂକ୍ତ କରିଛନ୍ତି । ଏହିପରି ଏକ ଗୁରୁତର ଅଭିଯୋଗ ଆସିଛି ହରଭଙ୍ଗା ବ୍ଲକର ତଳଗାଁ ପଂଚାୟତରୁ । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି ପଂଚାୟତବାସୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତଳଗାଁ ପଂଚାୟତର ପ୍ରାୟ ତିନିଶହରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ନାମ ତାଲିକା ଭୂକ୍ତ ହୋଇଥିଲା । ହେଲେ ପଂଚାୟତର ପିଇଓ, ଜିଆରଏସ, ଜେଇ ଙ୍କ ଚକ୍ରାନ୍ତ ଯୋଗୁଁ ଯୋଗ୍ୟ ବ୍ୟକ୍ତିଙ୍କ ନାମ ବାଦ ପଡିଛିି । ବାଦ ପଡିଥିବା ହିତାଧିକାରୀମାନେ ସମସ୍ତେ ଗରିବ, ନିରିହ, ଆଦିବାସୀ, ହରିଜନ ଓ ଖଟିଖିଆ ମୁଲିଆ ଶ୍ରେଣୀର ଅଟନ୍ତି । ଏହାର ତଦନ୍ତ କରାଯିବା ସହିତ ତାଲିକାରୁ ବାଦ ପଡିଥିବା ହିତାଧିକାରୀଙ୍କୁ ସାତ ଦିନ ମଧ୍ୟରେ ଆବାସ ଯୋଜନା ରେ ଘର ଦିଆନଗଲେ ଆମରଣ ଅନଶନ କରିବା ସହ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଇଛନ୍ତି । ଏହାସହିତ ଦୁର୍ନିତୀ ଗ୍ରସ୍ତ କର୍ମଚାରୀଙ୍କୁ କଠୋର ଦଣ୍ଡ ଦିଆଯିବାକୁ ମଧ୍ୟ ଦାବୀ କରିଛନ୍ତି ପଂଚାୟତବାସୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତଳଗାଁ ପଂଚାୟତର ପ୍ରାୟ ତିନିଶହରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ନାମ ତାଲିକା ଭୂକ୍ତ ହୋଇଥିଲା । ହେଲେ ପଂଚାୟତର ପିଇଓ, ଜିଆରଏସ, ଜେଇ ଭୂଲ ତଥ୍ୟ ଦର୍ଶାଇ ଯୋଗ୍ୟ ବ୍ୟକ୍ତିଙ୍କ ନାମ ବାଦ ଦେଇଛନ୍ତି ଓ ଅଯୋଗ୍ୟ ବ୍ୟକ୍ତିମାନଙ୍କ ନାମ ତାଲିକା ଭୂକ୍ତ କରିଛନ୍ତି । ଏହାର ସଠିକ ତଦନ୍ତ କରାନଯାଇ ସେମାନଙ୍କ ନାମକୁ କାଟି ଦିଆଯାଇଛି । ଏଣୁ ଏହାର ସଠିକ ତଦନ୍ତ କରାଯିବା ସହିତ ତାଲିକାରୁ ବାଦ ପଡିଥିବା ହିତାଧିକାରୀଙ୍କୁ ସାତ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଦେବାର ବ୍ୟବସ୍ଥା କରାଯାଉ ଓ ଦୁର୍ନିତୀ ଗ୍ରସ୍ତ କର୍ମଚାରୀଙ୍କୁ କଠୋର ଦଣ୍ଡ ଦିଆଯାଉ । ନଚେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ବସିବା ସଙ୍ଗେ ସଙ୍ଗେ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ପଂଚାୟତର ବାବୁଲା ପ୍ରଧାନ, ଅମିତାଭ ପ୍ରଧାନ, ଗଦାଧର ବେହେରା, ରାଜେଶ ମଲିକ,ଯୋଗେନ୍ଦ୍ର ବିନ୍ଧାଣୀ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।
Related Stories
November 23, 2024