ଭୁବନେଶ୍ଵର,ରାଜ୍ୟର କେତେକ ସ୍ଥାନରେ ଆଜି ସକାଳେ ଅତି ଘନ କୁହୁଡ଼ି ଓ ଅନ୍ୟ କେତେକ ସ୍ଥାନରେ ଘନକୁହୁଡ଼ି ଦେଖିବାକୁ ମିଳିଛି । ସେହିପରି ଆଉ କେତେକ ସ୍ଥାନରେ ହାଲୁକା କୁହୁଡ଼ି ଦୃଶ୍ୟମାନ ହୋଇଛି । ବଲାଙ୍ଗୀରରେ ଅତି ଘନକୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ଥିଲା ୨୫ ମିଟର । ସେହିପରି ଅନୁଗୁଳ ଓ ଟିଟିଲାଗଡ଼ରେ ଘନକୁହୁଡ଼ି ଦୃଶ୍ୟମାନ ହୋଇଛି । ଯାହାର ଦୃଶ୍ୟମାନ ଦୂରତା ଥିଲା ୧୦୦ ମିଟର । ଅନୁରୂପ ଭାବେ କଟକ, ସୋନପୁର, ଫୁଲବାଣୀ ଏବଂ ଢେଙ୍କାନାଳରେ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇଛି । କଟକରେ ୨୦୦ ମିଟର, ସୋନପୁରରେ ୨୦୦ ମିଟର, ଫୁଲବାଣୀରେ ୨୫୦ ମିଟର ଏବଂ ଢେଙ୍କାନାଳରେ ଦୃଶ୍ୟମାନ ଦୂରତା ରହିଛି ୨୦୦ ମିଟର ।
ଏହା ବ୍ୟତୀତ କେନ୍ଦୁଝର, ପାରାଦ୍ଵୀପ, ଭବାନୀପାଟଣା, ସମ୍ବଲପୁର ଏବଂ ହୀରାକୁଦରେ ହାଲୁକାକୁହୁଡି ଦୃଶ୍ୟମାନ ହୋଇଛି । କେନ୍ଦୁଝରରେ ୪୫୦ ମିଟର, ପାରାଦ୍ବୀପରେ ୭୦୦ ମିଟର, ଭବାନୀପାଟଣାରେ ୭୦୦ ମିଟର, ସମ୍ବଲପୁରରେ ୮୦୦ ମିଟର ଏବଂ ହୀରାକୁଦରେ ଦୃଶ୍ୟମାନ ଦୂରତା ରହିଛି ୯୦୦ ମିଟର । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।