
ସମ୍ବଲପୁର, ଦୀର୍ଘ ୧୭ ଦିନ ପରେ ଆଉଟସୋର୍ସିଂ କର୍ମଚାରୀଙ୍କ ଅନଶନ ସ୍ଥଗିତ ରହିଛି । ପୁନଃ ନିଯୁକ୍ତି ଦାବିରେ ଦୀର୍ଘ ୧୭ ଦିନ ଧରି ୮ ଜଣ ଆଉଟସୋର୍ସିଂ କର୍ମଚାରୀ ନିଜର ପରିବାର ସହିତ ରେଢ଼ାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ପରେ ରାଜ୍ୟ ସଂଘ ଓ ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକଙ୍କ ସହିତ ଏନେଇ ଆଲୋଚନା ହେବା ଏବଂ ପୁନଃ ନିଯୁକ୍ତି ପ୍ରତିଶୃତି ମିଳିବା ପରେ ଅନଶନ ପ୍ରତ୍ୟାହୃତ ହୋଇଛି ।
ଏନେଇ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲା ସରକାରୀ ଆଉଟସୋର୍ସିଂ କର୍ମଚାରୀ ସଂଘର ସଭାପତି ପ୍ରେମାନନ୍ଦ ରେଡ୍ଡୀ । ତେବେ ଆଗାମୀ ୧ ମାସ ମଧ୍ୟରେ ଦାବି ପୂରଣ ନହେଲେ ପୁଣି ଥରେ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।