
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ଧନଘର ନିକଟ ରାମଗୁଡା ମା ବାଳକୁମାରୀ ପାହାଡ଼ ପାଦ ଦେଶରେ ଗଞ୍ଜାମ ଜିଲ୍ଲା ଆଦିବାସୀ ଉନ୍ନୟନ ସଂଗଠନର ଜିଲ୍ଲା ସ୍ତରୀୟ ପ୍ରତିଷ୍ଠା ଦିବସ ଆଡମ୍ବର ସହକାରେ ଜିଲ୍ଲା ସଭାପତି ଶରତ ମଳିକଙ୍କ ଅଧ୍ୟକ୍ଷତା, ଜିଲ୍ଲା ସମ୍ପାଦକ ସୁଦାମ ମଳିକଙ୍କ ସଂଯୋଜନା ଏବଂ ଚିକିଟି ତାଳୂକା ସଭାପତି କୃଷ୍ଣଚନ୍ଦ୍ର ମଳିକଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଚିକିଟି ବ୍ଲକ ଅଧ୍ୟକ୍ଷ ଆପନା ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଧାୟୀକା ପ୍ରତିନିଧି ସୁରେନ୍ଦ୍ର ମଣ୍ଡଳ, ଜିଲ୍ଲା ପରିଷଦ ସଭ୍ୟ ଏମ. ନାଗରାଜୁ, ସରପଞ୍ଚ ଜ୍ୟୋତିରାଜ ରେଡ୍ଡୀ ଯୋଗ ଦେଇଥିଲେ ।