
ଜୟପୁର, ଜୟପୁର ଟାଉନ ପୋଲିସ ମରଣାନ୍ତକ ଆକ୍ରମଣ ମାମଲାରେ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଗୌରାଙ୍ଗ ହରିଜନ ଓ ଲବ ବୈରାଗି ।
ପୋଲିସର ସୂଚନା ଅନୁଯାୟୀ, ପୁରୁଣାଗଡର କାଳି ମିଶ୍ରଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ ଗିରଫ ୨ ଅଭିଯୁକ୍ତ। ଫଳରେ କାଳି ମିଶ୍ର ଗୁରୁତର ହୋଇ ପଡିଥିଲେ । ଏନେଇ ଟାଉନ ଥାନାରେ ଅଭିଯୋଗ ହେବାରୁ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଟାଉନ ଥାନା ଅଧିକାରି ସମ୍ବିତ ବେହେରା ସୂଚନା ଦେଇଛନ୍ତି ।