
ଜୟପୁର, ସରକାରୀ ମହିଳା ମହାବିଦ୍ୟାଳୟ ଜୟପୁର ଠାରେ ପୁରୁଷ ହକି ବିଶ୍ବକପକୁ ନେଇ ଉତ୍ସାହ ଦେଖାଯାଇଛି।ଓଡ଼ିଶାରେ ଆୟୋଜନ ହେବାକୁ ଥିବା ହକି ବିଶ୍ବକପ୍ ଆଭାସି ମାଧ୍ୟମରେ କଲେଜରେ ଦେଖିବା ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା ହେବା କଥା ଶୁଣି କଲେଜର ଛାତ୍ରୀମାନେ ଖୁସି ବ୍ୟକ୍ତ କରିବା ସହ ମନଭରି ଜାତୀୟ ଖେଳ ହକିକୁ ଉପଭୋଗ କରିବୁ ବୋଲି ଛାତ୍ରୀମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଆଜି ଛାତ୍ରୀ ମାନଙ୍କ ଦ୍ବାରା ବିଶ୍ବକପ୍ ହକି ଉପରେ ଆଧାରିତ ରଙ୍ଗୋଲୀକୁ ଅଧ୍ୟକ୍ଷା ଡ. ମନୋରମା ଦେବୀ ବୁଲି ଦେଖି ପିଲାଙ୍କ ସୃଜନ ଶକ୍ତିର ପରାକାଷ୍ଠାକୁ ଭୁରି ଭୁରି ପ୍ରଶଂସା କରିବା ସହ ନିଜ ସହକର୍ମୀ ଓ ଛାତ୍ରୀ ମାନଙ୍କ ସହ ଫଟୋ ଉଠାଇଥିଲେ। ଅଧ୍ୟକ୍ଷାଙ୍କ ସୂଚନା ଅନୁସାରେ, ବିଶ୍ବକପ୍ ହକି ପୂର୍ବରୁ ପିଲାମାନଙ୍କୁ ହକି ସମ୍ବନ୍ଧରେ ସଚେତନ ଓ ଆଗ୍ରହ ସୃଷ୍ଟି ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ସହ ଆଭାସି ମାଧ୍ୟମରେ ହକି ବିଶ୍ବକପ୍ ମ୍ୟାଚ ଛାତ୍ରୀମାନେ ଅଧ୍ୟାପକ ଅଧ୍ୟାପିକାମାନଙ୍କ ସହ ଦେଖିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ମତବ୍ୟକ୍ତ କରିଛନ୍ତି। ଏହାଦ୍ବାରା ଆମ ଜାତୀୟ ଖେଳ ହକି ପ୍ରତି ଯୁବ ସମାଜର ଆଗ୍ରହ ଓ ସମ୍ମାନବୋଧର ବିକାଶ ହେବ ବୋଲି ଅଧ୍ୟାପକ ଅଧ୍ୟାପିକାମାନେ ନିଜର ମନ୍ତବ୍ୟ ଦେଇଛନ୍ତି।