ଜୟପୁର, ଜୟପୁର ରାଜ ପରିବାରର ଶେଷ ରାଣୀଙ୍କ ପରଲୋକ ଘଟିଛି । ରାଜମାତା ରମାକୁମାରୀ ଦେବୀଙ୍କ ୯୦ ବର୍ଷ ବୟସରେ ଜୟପୁର ସ୍ଥିତ ମୋତି ପେଲେସରେ ପରଲୋକ ହୋଇଛି । ରାଜାଙ୍କ ଉତରାଧିକାରୀ ଅଛନ୍ତି ହେଲେ ରାଣୀଙ୍କ ପରଲୋକ ପରେ ଆଜି ଲୋପ ପାଇଛି ରାଜବଂଶ । ରାଜମାତା ରମାକୁମାରୀ ଦେବୀଙ୍କ ଶେଷ ଦର୍ଶନ ଓ ତାଙ୍କ ମରଶରୀରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ନିମନ୍ତେ ଜୟପୁର ରାଜା ପ୍ରାସାଦରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହୋଇଛି । ଆଉ କିଛି ସମୟ ପରେ ସହରର ଚନ୍ଦନବାଡ ସ୍ଥିତ ରାଜ ଶ୍ମଶାନରେ ତାଙ୍କ ଅନ୍ତେ୍ୱଷ୍ଠୀ ସମ୍ପନ୍ନ ହେବ । ବର୍ତମାନ ରାଣୀଙ୍କ ନିକଟରେ ସାନ ବୋହୁ ସାରିକା ଦେବୀ ଓ ନାତି ଚନ୍ଦ୍ରଚୁଡ ଦେବ ଉପସ୍ଥିତ ଅଛନ୍ତି ।
ରାଣୀ ହେଉଛନ୍ତି ଜୟପୁର ରାଜ ପ୍ରସାଦର ଶେଷ ରାଜା ରାମକୃଷ୍ଣ ଦେଓଙ୍କ ପତ୍ନୀ । ରାମକୃଷ୍ଣ ଦେଓ ହେଉଛନ୍ତି ମହାରାଜା ବିକ୍ରମ ଦେବ ବର୍ମାଙ୍କ କୌଣସି ପୁତ୍ର ସନ୍ତାନ ନଥିବାରୁ ରାଜା ରାମକୃଷ୍ଣ ଦେଓଙ୍କୁ ପୌଷ୍ୟ ସନ୍ତାନ ଗ୍ରହଣ କରିଥିଲେ । ଏହି ରାଜା ରାମକୃଷ୍ଣ ଦେଓ ମାତ୍ର ଦୁଇ ଦିନ ପାଇଁ ଜୟପୁରରେ ରାଜା ଥିଲେ । ସେପଟେ ରାଣୀ ରମା କୁମାରୀ ଦେବୀ ଆନ୍ଧ୍ରପ୍ରଦେଶ ରାଜ୍ୟ ମଡଗୁଲର ବିଧାୟିକା ଥିଲେ । ଆଜି ଅପରାହ୍ନରେ ରାଜକୀୟ ପରମ୍ପରା ଅନୁସାରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ।