ଗଞ୍ଜାମ, ପ୍ରଧାନମନ୍ତ୍ରୀଙ୍କ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ୨୩ ନଂ ଜିଲ୍ଲା ପରିଷଦ ଜୋନ୍ ସଦସ୍ୟା ସୁମିତ୍ରା ପ୍ରଧାନ ୧୦ ଜଣ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ସେ ଆସନ୍ତା ୬ ମାସ ପର୍ଯ୍ୟନ୍ତ ସେମାନଙ୍କୁ ପୋଷଣଯୁକ୍ତ ତଥା ପୁଷ୍ଟିକାର ଖାଦ୍ୟ ବଂଟନ କରିବେ ବୋଲି ସୂଚନା ମିଳିଛି ।
ସ୍ଵାମୀ ବସନ୍ତ କୁମାର ପ୍ରଧାନ, ଡାକ୍ତର ସଚ୍ଚିଦାନନ୍ଦ ସାହୁ, ସିନିଅର ଟିବି ଚିକିତ୍ସା ସୁପରଭାଇଜର ମୁକେଶ ଚନ୍ଦ୍ର ମାଳି ଓ ଏଲ.ଟି. ଅକ୍ଷୟ କୁମାର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ।