-
ଶିଶୁ ମୃତ, ୫ ଆହତ
ରାଜୌରୀ, ଜାମ୍ମୁ – କାଶ୍ମିରର ରାଜୌରୀ ସେକ୍ଟର ଅନ୍ତର୍ଗତ ଡାଙ୍ଗରୀ ଗ୍ରାମରେ ଗତକାଲି ୪ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ସୈନିକଙ୍କ ପୋଷାକ ପିନ୍ଧି ଆସିଥିଲେ ଏହି ଆତଙ୍କବାଦୀ । ଲୋକଙ୍କୁ ଆଧାର କାର୍ଡ଼ ମାଗି ଦେଖିବା ପରେ ଗୁଳିମାଡ଼ କରିଥିଲେ । ଆଜି ମୃତକଙ୍କ ଘର ନିକଟରେ ହୋଇଛି ଆଇଡି ବିସ୍ଫୋରଣ । ଏଥିରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣକର ସ୍ଵାସ୍ଥ୍ୟାବସ୍ଥା ଗୁରୁତର ରହିଛି । ବିସ୍ଫୋରଣ ପରେ ସୁରକ୍ଷା ବଳ ପକ୍ଷରୁ ସମ୍ପୃକ୍ତ ଇଲାକୁ ଘେରାବନ୍ଦୀ କରାଯିବା ସହ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।
ଡାଙ୍ଗରୀରେ ୪ ସାଧାରଣ ନାଗରିକଙ୍କ ହତ୍ୟା ଘଟଣାକୁ ବିରୋଧ କରି ଆଜି ସକାଳେ ରାସ୍ତାକୁ ଓହ୍ଲାଇଥିଲେ ସାଧାରଣଜନତା । ଲୋକ ମାନେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା ।