ରାୟଗଡ଼ା,ବହୁ ଚର୍ଚ୍ଚିତ ରୁଷ୍ ସାଂସଦ ପାଭେଲ ଆଂଟୋଭ ମୃତ୍ୟୁ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଂଚ । ଆଜି ଚତୁର୍ଥ ଦିନରେ ରାୟଗଡ଼ା ସ୍ଥିତ ହୋଟେଲରେ ତଦନ୍ତ କରୁଛି ଟିମ୍ । ହୋଟେଲ ମାଲିକ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଏନେଇ ପଚରାଉଚରା କରୁଛି କ୍ରାଇମବ୍ରାଂଚ । ହୋଟେଲ ୱାଚମ୍ୟାନଙ୍କ ବୟାନ ରେକର୍ଡ଼ କରୁଛି କ୍ରାଇମବ୍ରାଂଚ । ଘଟଣାର ତଦନ୍ତକାରୀ ଅଧିକାରୀ ବିକାଶ ପଟେଲଙ୍କୁ ହୋଟେଲକୁ ଡାକିଛି କ୍ରାଇମବ୍ରାଂଚ । ୩ ଜଣ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମଧ୍ୟ ହୋଟେଲକୁ ଡାକିଛି କ୍ରାଇମବ୍ରାଂଚ ଟିମ୍ । ମୃତ୍ୟୁ ପୂର୍ବରୁ ପାଭେଲ ଏହି ହୋଟେଲରେ ରହିଥିଲେ ।
ଏହା ପୂର୍ବରୁ କ୍ରାଇମବ୍ରାଂଚର ୧୧ ଜଣିଆ ଟିମ୍ ପାଭେଲଙ୍କ ମରଶରୀର ଦାହ ସଂସ୍କାର କରାଯାଇଥିବା ଶ୍ମଶାନରେ ପହଂଚି ଯାଂଚ୍ କରିଥିଲେ । ସାଇଂଟିଫିକ୍ ଟିମ୍ ଏହାର ନମୁନା ସଂଗ୍ରହ କରିଥିଲେ । ମାମଲାରେ ୪ ଜଣ ଡ଼ାକ୍ତରଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଂଚ । ରାୟଗଡ଼ା ସ୍ଥିତ ହୋଟେଲରେ ମଧ୍ୟ ତଦନ୍ତ କରିଥିଲା ।