ଭୁବନେଶ୍ଵର, ସାମୁଦ୍ରିକ ବାୟୁର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଛି । କୁହୁଡ଼ିର ଦୃଶ୍ୟମାନ ଦୂରତା ଅନୁଗୁଳରେ ୧୦୦ ମିଟର, କଟକରେ ୧୫୦ ମିଟର, ବଲାଙ୍ଗୀରରେ ୧୫୦ ମିଟର ରହିଥିବା ବେଳେ ଏସବୁ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି । ସେହିପରି ଢେଙ୍କାନାଳରେ ୨୦୦ ମିଟର, କେନ୍ଦୁଝରରେ ୩୫୦ ମିଟର ଦୃଶ୍ୟମାନ ଦୂରତା ରହିଥିବା ବେଳେ ସେଠାରେ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇଛି ।
ଅନୁରୂପ ଭାବେ କୋରାପୁଟରେ ୫୦୦ ମିଟର, ଭବାନୀପାଟଣାରେ ୭୦୦ ମିଟର, ସମ୍ବଲପୁରରେ ୮୦୦ ମିଟର, ହୀରାକୁଦରେ ୯୦୦ ମିଟର ଦୃଶ୍ୟମାନ ଦୂରତା ରହିଥିବା ବେଳେ ସେସବୁ ସ୍ଥାନରେ ହାଲୁକା କୁହୁଡ଼ି ଦୃଶ୍ୟମାନ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।