କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଭାରତୀୟ ସ୍ବାଧୀନତା ସଂଗ୍ରାମ ର ଅନ୍ୟତମ କର୍ଣ୍ଣଧାର ଚାଖି ଖୁଣ୍ଟିଆଙ୍କ ବୀରତ୍ବକୁ ଏ ଜାତି,କାଳକାଳ ଧରି ସ୍ମରଣ ରଖିବ ବୋଲି କହିଛନ୍ତି ପୁରୀ ର ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ।ଜିଲ୍ଲା ପ୍ରଶାସନ ଓ ଚାଖି ଖୁଣ୍ଟିଆ ସ୍ମୁତି ସଂସଦ ପକ୍ଷରୁ ପୁରୀ-କୋଣାର୍କ ଉନ୍ନୟନ ପରିଷଦ ଛକରେ ଚାଖି ଖୁଣ୍ଟିଆଙ୍କ ୨୦୧ତମ ଜୟନ୍ତୀ ଅବସରରେ ଶ୍ରୀ ସାହୁ, ସ୍ବାଧୀନତା ସଂଗ୍ରାମ ରେ ପୁରୀ ଜିଲ୍ଲାର ଅବଦାନ ଓ ଶହୀଦମାନଙ୍କ ସ୍ମୁତି ଚାରଣ କରିଥିଲେ।ଧୃଵଚରଣ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଶିକ୍ଷାବିତ୍ ରଘୁନାଥ ମହାପାତ୍ର, କୃଷ୍ଣଚନ୍ଦ୍ର ମିଶ୍ର,ଶିବ ସୁନ୍ଦର ମିଶ୍ର, ସମାଜସେବୀ ବଦ୍ରି ମିଶ୍ର,ଅନାମ ସାହୁ, ସୁଧାକର ମହାପାତ୍ର, ନାରାୟଣ ନନ୍ଦ, ସୁକାନ୍ତ ପଣ୍ଡା, ଗଙ୍ଗାଧର ନନ୍ଦ,ମାୟାଧର ମହାରଣା, ପୂର୍ଣ୍ଣିଚନ୍ଦ୍ର ଗୋଛିକାର, ରାଧାକାନ୍ତ ଦାଶ ହଜୁରୀ ପ୍ରମୁଖ ଯୋଗଦେଇ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ନୀଳକଣ୍ଠ ହଜୁରୀ, କୃଷ୍ଣଚନ୍ଦ୍ର ହଜୁରୀ, ବିଶ୍ଵନାଥ ହଜୁରୀ, ସୌମ୍ୟଜିତ୍ ହଜୁରୀଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରୁଷ-ୟୁକ୍ରେନ୍ ଯୁଦ୍ଧ ର ଅବସାନ ପାଇଁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ସ୍କାଉଟ-ଗାଇଡ୍ ଛାତ୍ର ଛାତ୍ରୀ ଙ୍କୁ ନେଇ ବଦ୍ରି ମିଶ୍ର ଓ ସୁକାନ୍ତ ପଣ୍ଡାଙ୍କ ନେତୃତ୍ଵରେ ମାନବ ଶୃଙ୍ଖଳ କରାଯାଇଥିଲା। ପରେପରେ ସଂସ୍କୃତି ଭବନ ରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା |ଉତ୍କଳ ବିଦ୍ଵତ ପରିଷଦ ତରଫରୁ ମନୋଜ ରଥ ଙ୍କ ନେତୃତ୍ୱରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା |
Related Stories
November 23, 2024