
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ ,ନବ ବର୍ଷ ଉପଲକ୍ଷେ “ସମର୍ପଣ ଚାରିଟେବୁଲ ଟ୍ରଷ୍ଟ” ପକ୍ଷରୁ ପେଣ୍ଠକଟା ସ୍ଥିତ ଧୋବା ଖାଲ ବସ୍ତି ଅଞ୍ଚଳରେ ବସବାସ କରୁଥିବା କୁନି କୁନି ପିଲାମାନଙ୍କୁ ନୂଆ ପୋଷାକ ସମେତ ଶୁଖିଲା ଖାଦ୍ୟ ପୁଡିଆ ବଣ୍ଟା ଯାଇଥିଲା।
ସ୍ବର୍ଗତ ସ୍ମୃତି ରଞ୍ଜନ ସାହୁଙ୍କ ସ୍ମୃତିରେ ତାଙ୍କ ପିତାମାତା ଚିତ୍ତରଞ୍ଜନ ସାହୁ ଓ ମନୋରମା ସାହୁ ଙ୍କ ଦ୍ଵାରା ଏହି ମହତ୍ କାର୍ଯ୍ୟ ସମ୍ପାଦନ କରାଯାଇଥିଲା।ଏହି ଅବସରରେ କୁନି ପିଲାମାନେ ନିଜ ହାତ ତିଆରି ଉପହାର ଅତିଥି ମାନଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ଏଥିରେ ଅନ୍ୱେଷଣ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ସମର୍ପଣର ଟ୍ରଷ୍ଟ ର ବ୍ରଜକିଶୋର ସାହୁ, ଶ୍ରୀନିବାସ ପାତ୍ର, ସନ୍ତୋଷ ମହାନ୍ତି ଏବଂ ସତ୍ୟନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।