
ପୁରୀ ,ସଡକ ସୁରକ୍ଷା ପାଇଁ ସରକାରଙ୍କ ସମସ୍ତ ପଦକ୍ଷେପ କୁ ଜନ ସାଧାରଣ ସହଯୋଗ କରିବା ଓ ନିଜେ ସମସ୍ତ ନିୟମ ମାନିଲେ ବ୍ୟାପକ ଜୀବନ ହାନି କୁ ଏଡାଇ ଦିଆ ଯାଇ ପାରିବ ବୋଲି ଜିଲ୍ଲା ସ୍ତରୀୟ କର୍ମଶାଳା ରେ ମତ ପ୍ରକାଶ ପାଇଛି।
ନିହିଡା ସେଚ୍ଛାସେବୀ ସଂସ୍ଥା ଦ୍ୱାରା ଆୟୋଜିତ ସଡ଼କ ସୁରକ୍ଷା ସଚେତନତା ଅଭିଯାନ କର୍ମଶାଳା ସ୍ଥାନୀୟ ୟୁଥ୍ ହଷ୍ଟେଲ ଠାରେ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୁରୀ ଜିଲ୍ଲା ପରିବହନ ଅଧିକାରୀ ଜିଲ୍ଲା ରେ ଘଟୁଥିବା ସଡ଼କ ଦୁର୍ଘଟଣା କୁ ରୋକିବା ପାଇଁ ଟ୍ରାଫିକ ସ୍ବେଛାସେବୀ ମାନଙ୍କ ଭୂମିକା ଅତି ଗୁରୁତ୍ୱପର୍ଣ୍ଣ ବୋଲି କହିଥିଲେ। ସଡକ ସୁରକ୍ଷା ଦିଗରେ ଶିକ୍ଷା, ଯାନ୍ତ୍ରିକ ବ୍ୟବସ୍ଥା , ଜରୁରୀ କାଳୀନ ସେବା ଓ କର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଆଲୋଚନା କରିଥିଲେ। ଗାଡି ଚାଳକ ମାନେ ସିଟ୍ ବେଲ୍ଟ ବାନ୍ଧିବା, ଗାଡ଼ି ଚାଲିବା ସମୟରେ ମୋବାଇଲ ରେ କଥା ନ ହେବା ଓ ମଦ ନ ପିଇବା ଆଦି ଉପରେ ସଚେତନ ହେବା ର ଆବଶ୍ୟକତା ଅଛି ବୋଲି ମତ ପ୍ରକାଶ କରିଥିଲେ । ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା, ପଦାଧିକାରୀ ଙ୍କ ଦକ୍ଷତା ବୃଦ୍ଧି କରିବା ଓ ସଡକ ବ୍ୟବହାରକାରୀ ଙ୍କୁ ସଚେତନତା କରିବା ପାଇଁ ସ୍ବେଚ୍ଛସେବୀ ମାନେ ଆଗେଇ ଆସିବାକୁ ମୁଖ୍ୟ ଅତିଥି ଅନୁରୋଧ କରିଥିଲେ। ।
ଅନ୍ୟତମ ଅତିଥି ଭାବରେ ଯୋଗଦେଇ ସାମାଜିକ ବିଜ୍ଞାନୀ ଶ୍ରୀ ସନ୍ଦୀପ ସେନ୍ କହିଲେ ଯେ ଯୁବକ ଯୁବତୀ ମାନେ ଗାଡ଼ି ଚାଳନା ସମୟେ ଅତ୍ୟଧିକ ମୋବାଇଲ ବ୍ୟବହାର କରିବା ଫଳରେ ମସ୍ତିଷ୍କ ଉପରେ ପ୍ରଭାବ ପଡିଛି ଓ ଦୁର୍ଘଟଣା ଘଟୁଛି । ଯୁବ ସମାଜ ସଚେତନ ହେବା ପାଇଁ ସେ ପରାମର୍ଶ ଦେଇଥିଲେ।
ବିକାଶ ପରାମର୍ଶ ଦାତା ଲକ୍ଷ୍ମୀକାନ୍ତ ପାଇକରାୟ କହିଲେ ଯେ ସଡକ ସୁରକ୍ଷା ଦିଗରେ ଅନେକ କାର୍ଯ୍ୟର ଆବଶ୍ୟକତା ଅଛି ।ଆମେ ମାନେ ମିଳିତ ଭାବରେ ପ୍ରୟାସ କରିବା ଓ ସରକାରଙ୍କୁ ସହଯୋଗ କରିବା ଯାହା ଫଳରେ ଜୀବନ ହାନି କୁ ରୋକି ହେବ।
ପୁରୀ ଜିଲ୍ଲା ରେ ସଚେତନତା ରଥ ବୁଲିବା, ସଡକ ସାଥୀ ମାନଙ୍କୁ ତାଲିମ ଦେବା, ସ୍କୁଲ ଓ କଲେଜ ମାନଙ୍କରେ ଏହି ସବୁ କାର୍ଯ୍ୟକ୍ରମ ଗୁଡ଼ିକ ଆୟୋଜନ କରିବା, ସାଇକେଲ ରାଲି, ହ୍ୟୁମାନ ଚେନ୍ କରିବା, ବ୍ଲାକ ସ୍ପଟ୍ ବାବଦରେ ଅବଗତ କରାଇବା
ଆହାତ ଲୋକଙ୍କୁ ଉଦ୍ଧାର କରି ମେଡିକାଲ ରେ ପହଞ୍ଚାଇବା ଆଦି ସମସ୍ତ କାର୍ଯ୍ୟ କରିବାକୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି ବୋଲି ସମ୍ପାଦକ ଭକ୍ତ ବିହାରୀ ମିଶ୍ର କହିଥିଲେ ।
ଡେଲାଙ୍ଗ, ବ୍ରହ୍ମଗିରି , ପୁରୀ, କୃଷ୍ଣପ୍ରସାଦ,ଗୋପ, ନିମାପଡ଼ା ସତ୍ୟବାଦୀ ପିପିଲି ବ୍ଲକ୍ ର ସ୍ବେଛାସେବୀ ମାନେ ଯୋଗଦେଇଥିଲେ।
ପୂର୍ଣ୍ଣ ଚନ୍ଦ୍ର ଦାଶ, ହେମନ୍ତ କୁମାର ଜେନା ପ୍ରମୁଖ ସହଯୋଗ କରିଥିଲେ। ଅନେକ ମହିଳା ସହଯୋଗୀ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।
