କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପୂଣ୍ୟ ଉତ୍କଳ ଆଗମନର ୧୦୧ ତମ ଶୁଭ ମହୋତ୍ସବ ୨୦୨୩ ମସିହା ଜାନୁଆରୀ ୮ ତାରିଖରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହେବ।ଏହାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ସ୍ମୃତି ଉତ୍ସବ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ସହ ସମ୍ପାଦକ, ସତସଙ୍ଗ ଓ ଆବାହକ ସ୍ମୃତି ଉତ୍ସବ ଡା ବିନାୟକ ମହାପାତ୍ର ସୂଚନା ଦେଇଛନ୍ତି।ବିଭିନ୍ନ ସ୍ଥାନରୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ ମାନେ ଯେପରି ଉତ୍ସବ ସ୍ଥଳରେ ସୁନ୍ଦର ଓ ଶୃଙ୍ଖଳିତ ଦର୍ଶନ ସହ କାର୍ଯ୍ୟକ୍ରମ କୁ ଶ୍ରଦ୍ଧାର ସହ ଉପଭୋଗ କରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ବୋଲି ସେ ମତ ଦେଇଛନ୍ତି। ଅପରାହ୍ନ ରେ ସତସଙ୍ଗ ଠାକୁର ବାଡିରେ ଏ ସମ୍ପର୍କରେ ଆୟୋଜିତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ବୈଠକରେ ସୂଚନା ଦେଇ ସହ ପ୍ରତିରିତିକ ଡା ହୃଷୀକେଶ ସେନାପତି ୮ ତାରିଖ ବ୍ରାହ୍ମମୁହୂର୍ତ୍ତେ ବେଦ ମାଙ୍ଗଳିକୀ ଓ ନହବତ,ପ୍ରତ୍ୟୁଷେ ଉଷାକିର୍ତ୍ତନ ରୁ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି କହିଥିଲେ। ସକାଳ ୬.୨୨ ମିନିଟ ରୁ ଉଷାବିନତି,ଦର୍ଶନ, ପ୍ରଣାମ ଓ ପରେ ପୂଣ୍ୟ ଉତ୍ସବ ର ଶୁଭ ଉଦଘାଟନ କରାଯିବ।୮.୩୦ ରେ ଶ୍ରୀ ବିଗ୍ରହ ଶୋଭାଯାତ୍ରା ଓ ଦିବା ୧୦ ଘଟିକା ରେ ଶୋଭାଯାତ୍ରାର ଉଦଯାପନ ଓ ପ୍ରସାଦ ସେବନ ଅନୁଷ୍ଠିତ ହେବ। ଦିବା ୧୧ ଘଟିକା ରେ ସାଧାରଣ ସଭା,ଅପରାହ୍ନ ୧ ଘଟିକା ରେ ମେଡିକାଲ କନଫେରେନ୍ସ,୨ ଘଟିକା ରେ ଭଜନ ସମାରୋହ ଓ ସାସ୍କୃତିକ କାର୍ଯ୍ୟକ୍ରମ,୩.୩୦ ମିନିଟ ରେ ମାତୃ ସମ୍ମିଳନୀ, ସଂଧ୍ୟା ୫.୨୩ ରେ ସଂଧ୍ୟା ବିନତି, ପ୍ରଣାମ, ଗ୍ରନ୍ଥ ପାଠ, ୭ ଘଟିକା ରେ ସତସଙ୍ଗ, ସଦାଲୋଚନା ଏବଂ ରାତ୍ର ୮.୩୦ ମିନିଟ ରେ ସାସ୍କୃତିକ କାର୍ଯ୍ୟକ୍ରମ, ଆକାଶ ଦୀପ ଓ ପ୍ରସାଦ ସେବନ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟ ରେ ସହ ପ୍ରତିରିତିକ ନୀରଞନ ବେହେରା, ସଞ୍ଜୀବ କୁମାର ନାୟକ, ଡ଼ ନନ୍ଦ କିଶୋର ପ୍ରଧାନ, ଅରୁଣ କୁମାର ସାହୁ, ସମିର କୁମାର ବେହେରା, ବିରବର ସାହୁ ଓ ବି ଆଶିଷ କୁମାର ସୁବୁଦ୍ଧି ପ୍ରମୁଖ ଯୋଗ ଦେଇ ବିବଧ ସୂଚନା ପ୍ରଦାନ କରିଥିଲେ।
Related Stories
November 23, 2024