ବାଲେଶ୍ୱର – ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଦେଇ ଯାଇଥିବା ୬୦ ନଂ ଜାତୀୟ ରାଜପଥର ମିରଚି ମସଲା ରେଷ୍ଟୁରାଂଟ ନିକଟରୁ ୯ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ପଶ୍ଚିମବଙ୍ଗ ଖଡ଼ଗପୁର ଅଂଚଳର ୫ ଜଣ ବ୍ୟବସାୟୀ ଏକ ସ୍କର୍ପିଓ ଗାଡିରେ ଚଣ୍ଡିଖୋଲ ଅଭିମୁଖେ ଯାଉଥିଲେ । ଏହି ସମୟରେ ଅନ୍ୟ ଏକ ସ୍କର୍ପିଓରେ କିଛି ଦୁର୍ବୃତ ପିଛା କରି ଆସି ଗାଡ଼ି ଚାଳକଙ୍କୁ ବନ୍ଧୁକ ଦେଖାଇବା ସହ ସେମାନଙ୍କ ନିକଟରୁ ୯ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Related Stories
December 22, 2024