ପୁରୀ, ଶ୍ରୀମନ୍ଦିରରେ ନୂଆ କଟକଣା । ଆଜିଠୁ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟଫୋନ ନେଇପାରିବେନି ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ । ତେବେ କ୍ୟାମେରା ନଥିବ ଫିଚର ଫୋନ୍ ମନ୍ଦିର ଭିତରକୁ ଯାଇପାରିବ । କେବଳ ନୀତିକାନ୍ତି ଅପଡେଟ୍ ପାଇଁ ଗାରଦ ଓ ମନ୍ଦିର କାର୍ଯ୍ୟାଳୟରେ ରହିବ ଦୁଇଟି ସ୍ମାର୍ଟଫୋନ୍ । ସେହିପରି ଶ୍ରଦ୍ଧାଳୁ ମାନଙ୍କ ପାଇଁ ପୂର୍ବଭଳି କଟକଣା ଜାରୀ ରହିବ ।
ଏଠାରେ ଉଲ୍ଲେଖଯୋଗ୍ୟ, ବିଭିନ୍ନ ସମୟରେ ଶ୍ରୀମନ୍ଦିର ଭିତର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଥିଲା ।