ରାୟଗଡ଼ା, ବହୁ ଚର୍ଚ୍ଚିତ ରୁଷ୍ ସାଂସଦ ପାଭେଲ ଆଂଟୋଭ ମୃତ୍ୟୁ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଂଚ । ଆଜି ତୃତୀୟ ଦିନରେ ପୁଣି ଥରେ ରାୟଗଡ଼ା ସ୍ଥିତ ହୋଟେଲରେ ପହଂଚି ତଦନ୍ତ କରିଛି କ୍ରାଇମବ୍ରାଂଚ ଟିମ୍ । ମୃତ୍ୟୁ ପୂର୍ବରୁ ପାଭେଲ ଏହି ହୋଟେଲରେ ରହିଥିଲେ। ଗତକାଲି କ୍ରାଇମବ୍ରାଂଚର ୧୧ ଜଣିଆ ଟିମ୍ ପାଭେଲଙ୍କ ମରଶରୀର ଦାହ ସଂସ୍କାର କରାଯାଇଥିବା ଶ୍ମଶାନରେ ପହଂଚି ଯାଂଚ୍ କରିଥିଲେ । ସାଇଂଟିଫିକ୍ ଟିମ୍ ଏହାର ନମୁନା ସଂଗ୍ରହ କରିଥିଲେ । ଏହା ପୂର୍ବରୁ ମାମଲାରେ ୪ ଜଣ ଡ଼ାକ୍ତରଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଂଚ । ରାୟଗଡ଼ା ସ୍ଥିତ ହୋଟେଲରେ ତଦନ୍ତ କରିଥିଲା ।
Related Stories
November 22, 2024