ଘଟଗାଁ, ଆଜି ନବବର୍ଷରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ମା ତାରିଣୀ । ପୂର୍ବବର୍ଷ ଅପେକ୍ଷା ମନ୍ଦିର ପ୍ରଶାସନ ପକ୍ଷରୁ କିଛି ପରିବର୍ତନ କରାଯାଇ ରାତି ୩ଟାରୁ ପୂଜକ ମାନେ ମାଙ୍କ ସ୍ନାନ, ମାଜଣା, ସୁନାବେଶ, ଷୋଡ଼ଶ ଉପଚାର ଓ ଅନ୍ୟାନ୍ୟ ନୀତିକାନ୍ତି ସମାପନ କରିବା ପରେ ସକାଳ ୬ଟା ଠାରୁ ଭକ୍ତଙ୍କ ଦର୍ଶନ ପାଇଁ ପହୁଡ଼ ଖୋଲିଥିଲା । ଭକ୍ତ ମାନେ ବ୍ୟାରିକେଟ୍ ରେ ଧାଡ଼ିରେ ଯାଇ ସିଂହଦ୍ଵାରରେ ପ୍ରବେଶ ପୂର୍ବକ ମାଙ୍କ ଦର୍ଶନ କରୁଛନ୍ତି । ଏବଂ ପଶ୍ଚିମ ଦ୍ଵାରରେ ପ୍ରସ୍ଥାନ କରୁଛନ୍ତି । ପ୍ରଶାସନ ଓ ପୋଲିସ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।
Related Stories
November 22, 2024