ନିମାପଡ଼ା – ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ନୟାହାଟ ବନ୍ଧନ ବ୍ୟାଙ୍କର ଦୁଇ ଜଣ କର୍ମଚାରୀ ଏକ କାର୍ ରେ ୧୯ ଲକ୍ଷ ୫୦ ହଜାର ଟଙ୍କା ଧରି ନିମାପଡ଼ା ଏଚଡ଼ିଏଫସି ବ୍ୟାଙ୍କରେ ଜମା କରିବାକୁ ଆସୁଥିବା ବେଳେ ଚାରିଛକ ଗୋପାଳପୁର ନିକଟରେ ଲୁଟ୍ ର ଶିକାର ହୋଇଛନ୍ତି । ତିନି ଜଣ ଦୁର୍ବୃତ ଏକ ବାଇକ୍ ରେ ଆସି କାର୍ କୁ ଅଟକାଇବା ସହ ଘଟଣାସ୍ଥଳରେ ତିନି ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ । କାର୍ ଟି ଅଟକିବା କ୍ଷଣି ଦୁର୍ବୃତ ମାନେ କାର୍ ଚାଳକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପାଖରେ ଥିବା ଟଙ୍କା ବ୍ୟାଗ୍ ଲୁଟି ନେଇଥିଲେ । ଏନେଇ ନିମାପଡ଼ା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ଛାନଭିନ୍ ଚଳାଇଛି । ଘଟଣାସ୍ଥଳରେ ନିମାପଡ଼ା ପୋଲିସ ଓ ପୁରୀ ଏସପି ପହଂଚି ତଦନ୍ତ ଚଳାଇଛନ୍ତି । ତେବେ ଲୁଟେରାଙ୍କ ଟେର୍ ପାଇନି ପୋଲିସ ।
Related Stories
December 22, 2024