କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଭାରତୀୟ ମାନକ ବୁରୋ ଓ ନିହିଡ଼ା ର ମିଳିତ ସହଯୋଗରେ ୟୁଥ୍ ହଷ୍ଟେଲ ଠାରେ ଗ୍ରାହକ ସଚେତନତା ପାଇଁ ସ୍ବେଛାସେବୀ ତାଲିମ ଶିବିର ଅନଷ୍ଠିତ ହୋଇ ଯାଇଛି। ଭାରତ ସରକାର ଙ୍କ ଭାରତୀୟ ମାନକ ବୁର ର ଗୁଣବତ୍ତା ପ୍ରସାର ଅଧିକାରୀ ସ୍ବପ୍ନିଳ ପ୍ରତାପ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିର ରେ ଖାଉଟି ଙ୍କୁ ସଚେତନ କରାଇବା ପାଇଁ ଅନେକଗୁଡ଼ିଏ ପନ୍ଥା ସମ୍ପର୍କରେ ଆଲୋଚନା ହୋଇ ଥିଲା। ଶ୍ରୀ ପ୍ରତାପ କହିଲେ ଯେ ଘର ଘର ବୁଲି ଖାଉଟି ମାନଙ୍କୁ ଜିନିଷ ର ଗୁଣବତ୍ତା ପରୀକ୍ଷା ନିମନ୍ତେ ସଚେତନ କରାଇବା ପାଇଁ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ। ହଲ୍ ମାର୍କ, ଆଇ ଏସ ଆଇ ମାର୍କ ଆଦି ଉପରେ ତଥ୍ୟ ଭିତ୍ତିକ ସୂଚନା ଉପସ୍ଥାପନ କରି ସ୍ବେଛାସେବୀ ମାନଙ୍କ ସହଯୋଗରେ ଖାଉଟି ମାନଙ୍କୁ କହିବା ପାଇଁ ପ୍ରବର୍ତ୍ତାଇ ଥିଲେ।
ନମୁନା ସଂଗ୍ରାହକ ଶ୍ରୀ ଆଲୋକ ରାଏ କହିଲେ ଯେ ଭାରତୀୟ ମାନକ ବରୋ ଦ୍ଵାରା ଏକ ଆପ୍ ପ୍ରସ୍ତୁତ କରା ଯାଇଛି। ସେହି ମାଧ୍ୟମ ରେ ଜନ ସଚେତନତା ସୃଷ୍ଟି କରାଯିବ। ସମସ୍ତ ସ୍ବେଛାସେବୀ ଗ୍ରାହକ ମାନଙ୍କୁ ଭେଟି ସେହି ସଚେତନତା ବାର୍ତ୍ତା ଦେବେ। ଆଜି କାଲି ବଜାର ରେ ଅନେକ ଜିନିଷ ମିଳୁଛି ଯାହାକି ଭାରତୀୟ ମାନକ ବୂରୋ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ନୁହେଁ।ସେଥିପାଇଁ ଆମକୁ ସମସ୍ତଙ୍କୁ ସଜାଗ କରିବାକୁ ପଡ଼ିବ।
ନେହେରୁ ଯୁବ କେନ୍ଦ୍ର ପୁରୀ ର ମୁଖ୍ୟ ଶ୍ରୀ ଜୟ ଶଙ୍କର ଯୋଶୀ ଯୋଗଦେଇ ସାମାଜିକ କାର୍ଯ୍ୟକ୍ରମ ରେ ସମସ୍ତ ସ୍ବେଛାସେବୀ ସଂଗଠନ ଗୁଡ଼ିକ ସହଯୋଗ କରିବା ପାଇଁ ଆହ୍ବାନ ଦେଇ ଥିଲେ।
ନିହୀଡା ର ସମ୍ପାଦକ ଭକ୍ତ ବିହାରୀ ମିଶ୍ର ଆଗାମୀ ଦିନରେ ଆମ ସ୍ବେଛାସେବୀ ବନ୍ଧୁଗଣ କଣ କରିବେ ଓ କିପରି ଏଥିରେ ସାମିଲ ହୋଇ କାର୍ଯ୍ୟକ୍ରମ ପରି ଚାଳନା କରିବେ ସେ ବାବଦରେ ଅବଗତ କରାଇ ଥିଲେ।
ଆସନ୍ତା ଜାନୁଆରୀ ୬ ତାରିଖ ଦିନ ସମଗ୍ର ପୁରୀ ଜିଲ୍ଲା ରେ ୨୨୫ ଜଣ ସ୍ବେଛାସେବୀ ଘର ଘର ବୁଲି ୫୦୦୦ ପରିବାର ରେ ସମ୍ପର୍କ ସ୍ଥାପନ କରିବେ ଓ ସରକାର ଙ୍କ ର ଖାଉଟି ସଚେତନତା ବାର୍ତ୍ତା କୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବେ।
ବ୍ଲକ୍ ସ୍ତରରେ ନିହିଡା ର ସହଯୋଗୀ ସନ୍ଥ ମାନେ ଉପସ୍ଥିତ ରହି ତଦାରଖ କରିବେ। ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ଥିବା ମୋବାଇଲ ଆପ ମାଧ୍ୟମରେ କରାଯିବ।
ଶଶି ଶେଖର ପଣ୍ଡା ଓ ଟୁଲୁ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୃଷ୍ଣପ୍ରସାଦ, ବ୍ରହ୍ମଗିରି, ସଦର, ଗୋପ, ନିମାପଡ଼ା ,ପୌରାଞ୍ଚଳ ରୁ ପ୍ରତିନିଧି ମାନେ ଯୋଗ ଦେଇ ଥିଲେ। ନେହେରୁ ଯୁବ କେନ୍ଦ୍ର ଓ ଏନ୍ ଏସ୍ ଏସ ର ସ୍ବେଛାସେବୀ ମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇ ଥିଲେ। ସ୍ବେଛାସେବୀ ସଂଗଠନ ତରଫରୁ ପୂର୍ଣ୍ଣ ଚନ୍ଦ୍ର ଦାଶ ଓ ବେଣୁଧର ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
Related Stories
November 24, 2024
November 24, 2024