
ବଲାଙ୍ଗିର,ବଲାଙ୍ଗିର ମୁନିସିପାଲଟିର ନିର୍ମାଣ କାର୍ଯ୍ୟ ଚାଲିଛି। ଦୈନିକ ବଜାର ମୁଖ୍ୟ ରାସ୍ତା କଡ଼ରେ ଡ୍ରେନେଜ କାମ ଯୋଗୁଁ ଭିଡ ରହୁଥିବା ଏହି ରାସ୍ତା ଉପରେ ପୁରୁଣା କାମକୁ ଭାଙ୍ଗି ଏହି ମଇଳା ରେଲ ଷ୍ଟେସନ ପାଖରେ ଥିବା ଏଫସିଆଇ ଗୋଦାମ ସମ୍ମୁଖ ଖାଲିଥିବା ସ୍ଥାନରେ ପକା ଯାଉଛି। ଏହି ମଇଳା ମାଟି ଇତ୍ୟାଦି ନେଲା ବେଳେ ତାହା ରାସ୍ତାରେ ପଡୁଛି। ଏହି ମଇଳା ଭିତରେ ପୁରୁଣା ଭାଙ୍ଗି ଦିଆଯାଇଥିବା ଇଟା ପଥର ରାସ୍ତାରେ ପଡ଼ି ପଡି ଯାଉଥିବା ବେଳେ ଆଉ ଉଠା ଯାଇନଥିବା ବେଳେ ରେଲୱେ ଷ୍ଟେସନ୍ କୁ ରେଲ ଧରିବାକୁ ତରତରରେ ଦ୍ରୁତ ବେଗରେ ଦୁଇଚକିଆରେ ଯାଉଥିବା ବାଇକ ଆରୋହି ମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଦେଖାଯାଇଛି। ଏବେ ମରଣ ଯନ୍ତା ପାଲଟି ଯାଇଛି ଟିକରାପଡ଼ା ରେଲ ଷ୍ଟେସନ ରାସ୍ତା, କାହିଁକିନା ସବୁଠାରୁ ଦ୍ରୁତ ଗତିରେ ଦୁଇଚକିଆ ଯାଉଥିବା ଆସୁଥିବା ରାସ୍ତାଟି ହେଲା ରେଳ ଷ୍ଟେସନ ରାସ୍ତା। ଜନସାଧାରଣଙ୍କ ଜୀବନକୁ ସୁରକ୍ଷା ପ୍ରଦାନ ପ୍ରଶାସନର ଦାୟୀତ୍ଵ ହୋଇଥିବା ବେଳେ ଏଥିପାଇଁ ମୁନିସିପାଲଟି ନିର୍ମାଣ ସଂସ୍ଥା ଟିକେ ନଜର ଦେବାକୁ ଦାବି ହୋଇଛି।