କଟକ, ଜିରୋ ନାଇଟ୍ ପାଇଁ କଟକ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କ୍ଲବ, ପବ୍, ହୋଟେଲଗୁଡିକ କୋଭିଡ଼୍ ନିୟମକୁ ଅନୁପାଳନ କରି ଜିରୋ ନାଇଟ୍ ସେଲିବ୍ରେସନ ବ୍ୟବସ୍ଥା କରିଛନ୍ତି । ରାତି ୧୨ଟା ପର୍ଯ୍ୟନ୍ତ ଇନଡୋର ସେଲିବ୍ରେସନ ପାଇଁ ପୋଲିସ ପକ୍ଷରୁ ଅନୁମତି ରହିଛି । ସେହିପରି ଆଉଟଡୋର ବାହାରେ ମୁକ୍ତାକାଶରେ ରାତି ୧୦ଟା ଯାଏଁ ବାଜିପାରିବ ବାଦ୍ୟଯନ୍ତ୍ର ।
ଏହା ବ୍ୟତୀତ ମଦ୍ୟପାନ କରି ଗାଡ଼ି ଚଳାଇଲେ କାର୍ଯ୍ୟାନୁଷ୍ଠାନ ହେବ । ଏଥିପାଇଁ ରାତ୍ରୀକାଳୀନ ବ୍ଲକିଂ, ଚେକିଂ ସହ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ମୋଟ୍ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।